Home ଜିଲ୍ଲା ପରିକ୍ରମା ଦୂରାବସ୍ଥା କୋଳିପଦୀ କେନାଲ ରାସ୍ତାପ୍ରତି କାହାରି ଦୃଷ୍ଟି ପଡୁନାହିଁ

ଦୂରାବସ୍ଥା କୋଳିପଦୀ କେନାଲ ରାସ୍ତାପ୍ରତି କାହାରି ଦୃଷ୍ଟି ପଡୁନାହିଁ

38

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ଉପକଣ୍ଠରେ ଥିବା ବ୍ୟସ୍ତବହୁଳ କୋଳିପଦି ମାଇନର କେନାଲ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏଥିପ୍ରତି କାହାରି ଦୃଷ୍ଟି ନପଡିବା ଚିନ୍ତାଜନକ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ବସବାସ କରୁଥିବା ପରିବାର ସମେତ ଜାଳେଣି ଗ୍ୟାସ ବିତରକଙ୍କ ଗୋଦାମ ଗୃହ ଅବସ୍ଥିତି ହୋଇଥିବାରୁ ସଦାସର୍ବଦା ଗହଳି ଲାଗିରହିଥାଏ। ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ଉପରେ ନିର୍ମିତ ହୋଇଥିବା ଗଳିପୋଲର ଅଣ୍ଡରପାସ ରାସ୍ତା ନିର୍ମାଣ ହୋଇନାହିଁ। ଫଳରେ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାକୁ ଯିବା ପାଇଁ କୋଳିପଦି ମାଇନର କେନାଲ ରାସ୍ତା ଏକମାତ୍ର ସଂଯୋଗକାରୀ ଓ ବାଇପାସ ଭାବେ ବ୍ୟବହୃତ ହେଉଛି। ଏହି କାରଣରୁ କୋଳିପଦି କେନାଲ ରାସ୍ତା ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇଛି। ମାତ୍ର ଏହି ରାସ୍ତାରେ ଶହ ଶହ ଛୋଟବଡ ଗାଢ ଏବେ ପଥିକ, ଯାନବାହନ ପାଇଁ ବିପଦସଙ୍କୁଳ ହୋଇଛି। ମାତ୍ର ୪ଶହ ମିଟର ଦୂରତା ବିଶିଷ୍ଟ ଏହି ରାସ୍ତାକୁ ଅତିକ୍ରମ କରିବାକୁ ବାଇକକୁ୧୫ ମିନିଟ ଲାଗୁଛି। ପୁଣି ଅତି ସନ୍ତର୍ପଣରେ ନଗଲେ ଧନଜୀବନ ହାନୀର ଆଶଙ୍କା ମଧ୍ୟ ରହିଛି। ଗତ ୪ ବର୍ଷ ପୂର୍ବେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ଅଧାପନ୍ତରିଆ ନିର୍ମାଣ କରାଯାଇଥିବାରୁ ରାସ୍ତା ଉପଯୁକ୍ତ ହୋଇପାରିନଥିଲା। କେନାଲ ପାଶ୍ୱର୍ରେ ଗାଡୱାଲ ନିର୍ମାଣ କରାଯିବାର ଆବଶ୍ୟକତା ରହିଥିଲା। ମାତ୍ର ଆନ୍ତରିକତା ଅଭାବ ରାସ୍ତା ଦୁର୍ଗତିର କାରଣ ସାଜିଥିଲା। ରାସ୍ତାର ବ୍ୟବହାର ଓ ଦୁରାବସ୍ଥାକୁ ଦୃଷ୍ଟିରେ ରଖି ୨ ମାସ ପୂର୍ବେ ରାଜପଥର ବଜ୍ୟବସ୍ତୁ ପକାଯାଇ କାମଚଳା ଭାବେ ସୁଧାରିବା ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ବର୍ଷା ଦିନ ହୋଇଥବାରୁ ବଜ୍ୟବସ୍ତୁ ଧୋଇଯାଇ ବିପର୍ଯ୍ୟସ୍ତ ହୋଇପଡିଛି। ରାଜୀୟ ରାଜପଥ କତ୍ତୃପକ୍ଷ, ଜଳସେଚନ ବିଭାଗ, ବ୍ଲକ ପ୍ରଶାସନ ଓ ରାଜନେତା କାହାରି ହେଲେ ଏହି ରାସ୍ତା ପ୍ରତି ନଜର ନପଡିବା ଦୁଃଖଦାୟକ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.