Home କେନ୍ଦ୍ରାପଡ଼ା ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ନଭେମ୍ବର...

ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ନଭେମ୍ବର ୨ରେ

39

କେନ୍ଦ୍ରାପଡା, ୨୮/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ-୨୦୨୦ ପାଳନ ଉପଲକ୍ଷେ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗୀତା ନଭେମ୍ବରମାସ ୨ତାରିଖରେ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବରମାସ ୨ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ଦୁର୍ନିତୀ ନିବାରଣ କମିଶନ ପ୍ରଦତ୍ତ ବିଷୟ “ଭିଜିଲାଂଟ ଇଣ୍ଡିଆ-ପ୍ରସପରସ ଇଣ୍ଡିଆ” “ସତର୍କ ଭାରତ-ସମୃଦ୍ଧ ଭାରତ” ଉପରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ଜଣେ ଜଣେ ଇଛୁକ ସରକାରୀ କର୍ମଚାରୀ ନିଜ କତ୍ତୃପକ୍ଷଙ୍କ ଠାରୁ ଉପଯୁକ୍ତ ପ୍ରମାଣପତ୍ର ଧରି ଆସନ୍ତା ନଭେମ୍ବରମାସ ୨ତାରିଖରେ ବକ୍ତୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ସକାଳ ସାଢେ ୧୦ଟା ସମୟରେ ଉପସ୍ଥିତ ହେବେ। ଏଠାରେ ସୂଚନା ଯୋଗ୍ୟ କି ଏହି ପ୍ରତିଯୋଗୀତାରେ ଭାଗନେବା ପାଇଁ କର୍ମଚାରୀମାନେ କୋଭିଡ-୧୯ ନିୟମାବଳୀକୁ କଡାକଡି ଭାବେ ପାଳନ ପୂର୍ବକ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଏହା ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଉପବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଜିଲ୍ଲାର ସମସ୍ତ ସରକାରୀ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.