Home ଜିଲ୍ଲା ପରିକ୍ରମା ଭଦ୍ରକରେ ଯୁବ କଂଗ୍ରେସ ତରଫରୁ ରାଗିଣୀ ନାୟକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକରେ ଯୁବ କଂଗ୍ରେସ ତରଫରୁ ରାଗିଣୀ ନାୟକଙ୍କୁ ସମ୍ବର୍ଦ୍ଧନା

51

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ଜାତୀୟ ମୁଖପାତ୍ର ତଥା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାନେତ୍ରୀ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ରାଗିଣୀ ନାୟକଙ୍କୁ ଭଦ୍ରକ ଯୁବ କଂଗ୍ରେସ ତରଫରୁ ସ୍ଥାନୀୟ ଓରିଅନ ହୋଟେଲ ଠାରେ ସମ୍ବର୍ଦ୍ଧନା ଦିଆ ଯାଇଛି । ପୂର୍ବତନ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସର ପୂର୍ବତନ ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଶ୍ରୀମତୀ ନାୟକଙ୍କୁ ଭଦ୍ରକ ଜିଲ୍ଲାର ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ଅନ୍ୟ ଛାମୁଆ ସଂଗଠନର ଅଭିବୃଦ୍ଧି ଉପରେ ବ୍ୟାପକ ଆଲୋଚନା କରିଥିଲେ । ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ବଳରାମ ରାଉତ (ଚିଲିକା), ବାସୁଦେବପୁରର ଯୁବନେତା ପ୍ରକାଶ ଜ୍ୟୋତି ମହାକୁଡ, କଳ୍ପତରୁ ପରିଡା (ବାପୁଜୀ), ସମ୍ପାଦକ ରଣଜିତ ଦାସ, ସଂଗ୍ରାମ ନାୟକ ପ୍ରମୁଖ ଜିଲା୍ଲରେ ଛାତ୍ର ଓ ଯୁବ କଂଗ୍ରେସକୁ ବଳଶାଳୀ କରିବା ସହିତ କଂଗ୍ରେସ ଦଳର ଉତ୍‌ଥାନ ନିମନ୍ତେ କେତେକ ପ୍ରସ୍ତାବ ଦାବୀପତ୍ର ଆକାରରେ ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ଆର.ଟି.ଆଇ. ସେଲ ସଭାପତି ସୁଶାନ୍ତ ଘଡେଇ, ଯୁବନେତା ପ୍ରଭାତ କୁମାର ମହାନ୍ତି, ରିଆଜୁଦ୍ଦିନ ଖାଁ, ରିଆଜ ଖାଁ, ସତ୍ୟବ୍ରତ ବାରିକ, ଦେବରାଜ ସାହୁ, ସୋମନାଥ ରାଉତ, ପ୍ରଶାନ୍ତ ପଣ୍ଡା, ରାଧାମାଧବ ଦାସ, ଭବାନୀଶଙ୍କର ଦାସ, ଅଭିଷେକ ଦାସ, ପ୍ରୀତମ ଦାସ, ନୁରୁଦ୍ଦିନ ଖାଁ, ସେକ୍ ସବିର, ପ୍ରମୁଖ ବହୁ ଯୁବନେତା ସାମିଲ ହୋଇଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀମତୀ ନାୟକ ଦାବୀପତ୍ରରେ ପ୍ରଦାନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ପସଙ୍ଗ ଗୁଡିକୁ ଦିଲ୍ଲୀ ଓ ଓଡ଼ିଶାର ବରିଷ୍ଠ ନେତୃମଣ୍ଡଳୀ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.