Home ଜିଲ୍ଲା ପରିକ୍ରମା ଅଳାଉତୀରେ ଲାଖବିନ୍ଧା ପ୍ରତିଯୋଗୀତା

ଅଳାଉତୀରେ ଲାଖବିନ୍ଧା ପ୍ରତିଯୋଗୀତା

77

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ରାମପୁର ପଞ୍ଚାୟତ ଅଳାଉତୀ ଗ୍ରାମରେ ଲାଖବିନ୍ଧା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଅଳାଉତୀ ଗ୍ରାମରେ ବାସକରୁଥିବା ଭୂୟାଁ ଜମିଦାରି ପ୍ରଥା ଅନୁଯାୟୀ ଅଷ୍ଟମୀଠାରୁ ଜମିଦାରଙ୍କର ଅସ୍ତ୍ରଶସ୍ତ୍ର ସଜବସିଥିଲା ବେଳେ ଦଶହରା ଦିନ ସଜ ଉଠିବା ପରେ ଜମିଦାର ପରିବାରର ସଦସ୍ୟମାନେ ଭୂୟାଁସାହୀ ଦଶହରା ପଡ଼ିଆରେ ଲାଖ ବିନ୍ଧିଥାନ୍ତି । ଚଳିତ ବର୍ଷ ପୂଜକ ନାରାୟଣ ଚନ୍ଦ୍ର ପଣ୍ଡା ବସିଥିବା ସଜ ନିକଟରେ ପୂଜାର୍ଚ୍ଚନା କରିଥିଲା ବେଳେ ବାସୁଦେବ ଭୂୟାଁ ଓ ନିରଞ୍ଜନ ଭୂୟାଁ କର୍ତ୍ତାଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଅପରାହ୍ନରେ ପରମ୍ପରା ଅନୁଯାୟୀ ଏକ କଦଳୀ ଗଛକୁ ପୂଜାର୍ଚ୍ଚନା ପୂର୍ବକ ପଡ଼ିଆର ଏକ ପାଶ୍ୱର୍ରେ ପୋତାଯିବା ସହ ଦୁଃଶାସନ ଭୂୟାଁ, ପ୍ରଭାତ କୁମାର ଭୂୟାଁ, ତାପସ ଭୂୟାଁଁ ଓ ଅଜିତ କୁମାର ଭୂୟାଁ ଲାଖବିନ୍ଧିବା ଆରମ୍ଭ କରିଥିଲା ବେଳେ ସୌମ୍ୟ ରଞ୍ଜନ ଭୂୟାଁ ଓ ଚିନ୍ମୟ ଭୂୟାଁ ଖଣ୍ଡାଧାରକ ବାବେ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଥମ ତୀରରେ ପ୍ରଭାତ କୁମାର ଭୂୟାଁ ଲକ୍ଷଭେଦ କରିଥିଲା ବେଳେ ୨ୟ ରେ ତାପସ ଭୂୟାଁ ବିଜୟୀ ହୋଇଥିଲେ । ୩ ଦିନ ଧରି ଆୟୋଜିତ ପର୍ବକୁ ଗ୍ରାମର ହୃଷିକେଶ ଭୂୟାଁ, ରବିନ୍ଦ୍ର ଭୂୟାଁ, ରାକେଶ ଭୂୟାଁ, ରାଜକୁମାର ଭୂୟାଁ, ସଞ୍ଜୟ ଭୂୟାଁ, ସତ୍ୟବ୍ରତ ଭୂୟାଁ, ଅଜିତ ଭୂୟାଁ, ଦେବେନ୍ଦ୍ର ଭୂୟାଁ, ବିଜୟ ଭୂୟାଁ, ସନ୍ଦୀପ ଭୂୟାଁ, ପ୍ରଦୀପ ବାରିକଙ୍କ ସହ ଭୂୟାଁସାହୀର ଯୁବକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଗଛକଟାଳି କୃଷ୍ଣଚନ୍ଦ୍ର ଜେନାଙ୍କ ଦ୍ୱାରା ଗଛକଟା ଯାଇଥିଲା । ଏହି ପ୍ରତିଯୋଗୀତାକୁ ଦେଖିବା ପାଇଁ ଶତାଧିକ ରୁଣ୍ଡିଭୂତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.