Home କେନ୍ଦୁଝର ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ

ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ

202

ପାଟଣା ୨୧-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – ୩୧ ତମ ସଡକ ସୁରକ୍ଷା ସପ୍ତାହ ଉଦଯାପନି ଉତ୍ସବ ଅବସରରେ ପାଟଣା ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ବୀରକିଶୋର ଦାଶ ସମ୍ବିଦ୍ଧିତ ହୋଇଛନ୍ତି। କେନ୍ଦୁଝର ମୁଖ୍ୟାଳୟ ସ୍ଥିତ ଉତ୍ସବ ପ୍ୟାଲେସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାନ୍ତ ଯୋଗ ଦେଇ ବୀରକିଶୋର ଦାଶ ଙ୍କୁ ଗୁଡ଼ ସମରିଟାନ ପୁରଷ୍କାର ପ୍ରଦାନ କରିଛନ୍ତି। ଯେ ବୀରକିଶୋରଙ୍କୁ ଏହି ପୁରଷ୍କାର ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ପଠାଇବାରେ ସହାୟତା କରିଥିବାରୁ ପ୍ରଦାନ କରାଯାଇଛି।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ ନିର୍ମଳ କୁମାର ମହାନ୍ତି, ଜିଲା ଶିକ୍ଷାଆଧିକାରୀ କପିଳେନ୍ଦ୍ର ମିଶ୍ର, ଡି, ଏସ, ପି ସୁରେଶ ଚନ୍ଦ୍ର ପାତ୍ର, ଅବସର ପ୍ରାପ୍ତ ଅଧ୍ୟାପକ ଡ଼ଃ.ବିମ୍ବାଧର ବେହେରା, ଜିଲା ସୂଚନା ଅଧିକାରୀ ସଂଜୀବ ବାରିକ ଓ ଏଆରଟିଓ ବଡ଼ବିଲ ମାନସ ରଞ୍ଜନ ସାହୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.