Home ଜିଲ୍ଲା ପରିକ୍ରମା ‘ଚିତ୍ରରଙ୍ଗ’ର ସାଂସ୍କୃତିକ ମହୋତ୍ସବ

‘ଚିତ୍ରରଙ୍ଗ’ର ସାଂସ୍କୃତିକ ମହୋତ୍ସବ

134

ନୟାଗଡ଼, ୨୦-୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସଂସ୍କୃତି ଭବନରେ ଚିତ୍ରରଙ୍ଗ ପକ୍ଷରୁ ୩ ଦିନ ଧରି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ରାଗେଶ୍ରୀ ନିଳୟମ ଅନୁଷ୍ଠାନ ଦ୍ୱାରା ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ପଥର’ ମଂଚସ୍ଥ ହୋଇଥିବାବେଳେ ଦ୍ୱିତୀୟ ସନ୍ଧ୍ୟାରେ ଅଭିନ୍ନ ରାଉତରାୟଙ୍କ ରଚିତ ଓ ଭୁବନେଶ୍ୱର ଜୀବନରେଖା କଳାକାରଙ୍କ ଦ୍ୱାରା ପରିବେଷିତ ନାଟକ ‘କମଳା’ ଏବଂ ତୃତୀୟ ସନ୍ଧ୍ୟାରେ ଅରବିନ୍ଦ ରାୟଙ୍କ ରଚିତ ଓ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ ‘କେବଳ ଆମେ’ ମଂଚସ୍ଥ ହୋଇଥିଲା।

ଏହି ତିନିଦିନିଆ କାର୍ଯ୍ୟକ୍ରମରେ ନାଟକ ସହିତ ପେଟିଂ ଆର୍ଟ, ଡିଜିଟାଲ ଆର୍ଟ, ଫଟୋଗ୍ରାଫି, ତର୍କ ବିତର୍କ ଏବଂ ଆଲୋଚନା ଆଦି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ସାହିତ୍ୟିକମାନଙ୍କୁ ନେଇ କରାଯାଇଥିଲା।

ବିଭିନ୍ନ ବିଭାଗରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କବିତା ପ୍ରତିଯୋଗୀତାରେ ପ୍ରଥମ ପ୍ରତିଯୋଗୀଙ୍କୁ ୨ହଜାର, ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୧୫ଶହ ଓ ତୃତୀୟ ପ୍ରତିଯୋଗୀଙ୍କୁ ୧ହଜାର ଟଙ୍କାର ପୁସ୍ତକ ପୁରଷ୍କାର ଆକାରରେ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.