Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ ମୃତ ଶବ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଦୁର୍ଘଟଣାରେ ମୃତ ଶବ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

97

ବଲାଙ୍ଗୀର, ୦୫-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିକଟସ୍ଥ ସିକିର୍ ଗ୍ରାମରେ ହୋଇଛି ଏକ ଦୁର୍ଘଟଣା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଶିକିର୍ ଗ୍ରାମର ଅଜିତ୍ ନାଗ ନାମକ ଏକ ଯୁବକ କାଠ ବୋଝେଇ ଅଟୋ ଗାଡ଼ିରେ ଆସୁଥିବା ସମୟରେ ଲୁହା ଛଡ ବୋଝେଇ ଏକ ଟ୍ରାକ୍ଟର ସହ ଦୁର୍ଘଟଣା ହୋଇଥିଲା। ଟ୍ରାକ୍ଟରରେ ବୋଝେଇ ଥିବା ଲୁହ ଛଡ଼ା ଅସାମାନ୍ୟ ଭାବେ ଭାରସାମ୍ୟ ହରାଇ ଯୁବକର ପେଟରେ ଲାଗି ଯାଇଥିବା ଯୋଗୁଁ ଯୁବକଙ୍କ ପେଟରୁ ତଳକୁ ଗଭୀର ଆଘାତ ହୋଇଯାଇଥିଲା ଓ ଅଟୋ ଗାଡ଼ିରୁ ତଳେ ପଡି ହାତ ଭାଙ୍ଗିବା ସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ହତା, ହାତ ହୋଇ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଉକ୍ତ ଟ୍ରାକ୍ଟରକୁ ଟିଟିଲାଗଡ ପୋଲିସ ଜବତ କରି ପୋଲିସ ଷ୍ଟେସନରେ ରଖିଛି। ପୋଲିସ ମୃତ ବ୍ୟକ୍ତିକୁ ଆଜି ସକାଳେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ଟ୍ରାକ୍ଟର ଅବହେଳିତ ଚାଳକ ର ଭୁଲ ପାଇଁ ଦୁର୍ଘଟଣା ହୋଇଥିବା ଜଣାପଡିଛି। ଟ୍ରାକ୍ଟର ଟି ଟିଟିଲାଗଡ ନିକଟସ୍ଥ ଅଞ୍ଚଳରେ କାମ କରୁଥିବା ଏ-ଆର୍-ଏସ-ଏସ- ର ବୋଲି ଜଣାପଡିଛି। ତେଣୁ ଗ୍ରାମବାସୀ ମୃତ ଦେହକୁ ସିକିର ଗ୍ରାମରେ ରାସ୍ତା ମଝିରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୃତ ବ୍ୟକ୍ତି ଅଜିତ ନାଗଙ୍କ ପରିବାର ବର୍ଗ ତାଙ୍କ ଉପରେ ହିଁ ନିର୍ଭର ଥିଲେ। ତାଙ୍କର ଦୁଇଟି ଛୋଟ ଛୋଟ ଝିଅ ମଧ୍ୟ ଅଛନ୍ତି। ତେଣୁ ତାଙ୍କ ପରିବାରର କ୍ଷୟ କ୍ଷତି ପୂରଣ ପାଇଁ ଗ୍ରାମବାସୀ ଏ-ଆର୍-ଏସ-ଏସ-କୁ ଦାବି କରିଥିଲେ। ଉକ୍ତ ସ୍ଥାନକୁ ଟିଟିଲାଗଡ ପୋଲିସ ଷ୍ଟେସନ ଏସ ଆଇ ମନୋଜ ମୁଣ୍ଡା ସଦଳ ବଳ ପହଞ୍ଚି ଘଟଣାକୁ ଆୟତ୍ତ କରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ପରେ ଟିଟିଲାଗଡ ଡିଏସପି ସୁରେନ୍ଦ୍ର ନାଥ ଶତପଥି ଓ ଏ-ଆର୍-ଏସ-ଏସ-ର ସ୍ଥାନୀୟ ମାନେଜର ପହଞ୍ଚିଥିଲେ। ମ୍ୟାନେଜର ପରିବାର ବର୍ଗଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ତୁରନ୍ତ ୭୦ ହଜାର ଟଙ୍କା ଦେଇଥିଲେ। ପରେ ଗ୍ରାମବାସୀ ଶବ ସତ୍କାର କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.