Home ଜିଲ୍ଲା ପରିକ୍ରମା କେ ଭି ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ

କେ ଭି ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ

90

ବଲାଙ୍ଗୀର, ୦୫-୦୯ (ଓଡ଼ିଆ ପୁଅ) ଗୁରୁଶିଷ୍ୟର ସମ୍ପର୍କ ଯୁଗ ଯୁଗର ଏକ ପବିତ୍ର ସମ୍ପର୍କ। କେଉଁ ଆବହମାନ କାଳରୁ ଏହି ସମ୍ପର୍କଟି ମଣିଷ ଜାତିକୁ ବାଟ ଦେଖାଇ ଆସିଛି। ସୂଚନାଯୋଗ୍ୟଯେ, କେ-ଭି ମହାବିଦ୍ୟାଳୟ ଠାରେ ଗୁଗୁଲ ମିଟରେ ଭରଚୁଏଲ ଗୁରୁ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ସଂଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବଲାଙ୍ଗୀରର ସରକାରୀ ମହିଳା ମହା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ଼ ସୁଷମା ମଞ୍ଜରୀ ନାୟକ ଯୋଗ ଦେଇଥିଲେ। ଏଥିରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଭାଗ ନେଇଥିଲେ। ସ୍ନାତକୋତ୍ତର ଛାତ୍ର ଘାସିରାମ ତାଣ୍ଡି ସଭା ପରିଚାଳନା କରିଥିବା ବେଳେ ଛାତ୍ରୀ ନନ୍ଦିତା ସେଠ, ଛାତ୍ର ମନୋଜ ରଣା ଏବଂ ଅଧ୍ୟାପକ ଲୋହିତାକ୍ଷ୍ୟ ଯୋଶୀ ଓ ରୋହିତ କୁମ୍ଭାର ପ୍ରମୂଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉତ୍ସବରେ ଗୁରୁ ଏବଂ ଶିକ୍ଷକଙ୍କ ପବିତ୍ର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.