Home ଓଡ଼ିଶା ଦୁର୍ଘଟଣାରେ ମୃତ ପରିବାରକୁ ସହାୟତା ପ୍ରଦାନ

ଦୁର୍ଘଟଣାରେ ମୃତ ପରିବାରକୁ ସହାୟତା ପ୍ରଦାନ

102

ାା ଯୋଡା, ୨୯/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ।ା ସୋମବାର ଦିନ ଗୋଟିଏ ବୋଲେରୋ ଧକ୍କା େଦେବା ଫଳରେ ଗୋଟିଏ ପରିବାରର ୩ଜଣ ଙ୍କର ଶୋଚୀନୟ ମୃତୁ୍ୟ ଘଟିଥିଲା । ଏହାର ପ୍ରତିବାଦରେ ମଙ୍ଗଳବାର ସକାଳେ ବସ୍ତି ବାସିନ୍ଦାମାନେ ଯୋଡା ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପ୍ରାୟ ୧ ଘଣ୍ଟା ଧରି ରାସ୍ତା ଅବରୋଧ ହେବା ଫଳରେ ହୋଟେଲ ଲାଓ ପ୍ୟାଲେସ ନିକଟର ଉଭୟ ପାଶ୍ୱର୍ରେ ଅନେକ ଯାନବାହାନ ଯାତାୟତ କରିନପାରି ଠିଆ ହୋଇ ରହିଥିଲା । ଖବର ପାଇଁ ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରି ଏହା ରାସ୍ତା ରୋକ ହଟାଇବା ପରେ ମୃତକ ସ୍ତ୍ରୀ ସବିତା ଏବଂ କିଛି ସ୍ଥାନୀୟ ବାସିନ୍ଦାଙ୍କୁ ଯୋଡା ଥାନାକୁ ଡକାଇ ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ, ବଡବିଲ ତହସିଲଦାର ତଥା ଯୋଡା ବି.ଡି.ଓ. କ୍ଷୀରୋଦ କୁମାର ବେହେରା, ଟାଟା କମ୍ପାନୀଙ୍କ ସୁରକ୍ଷା କର୍ମୀଙ୍କ ମୁଖ୍ୟ ମନୋଜ ମିଶ୍ର ଉପସ୍ଥିତ ରହି ଘଟଣାଟିର ସମାଧାନ କରିଥିଲେ । ସବିତାକୁ ୫ଦିନ ମଧ୍ୟରେ କୌଣସି ସ୍ଥାନରେ ଏକ ଚାକିରି କରାଇଦେବାର ନିର୍ଭର ପ୍ରତିଶ୍ରୁତି ଭାରପ୍ରାପ୍ତ ଅଧିକାରୀ ପ୍ରଦାନ କରିଥିଲେ । ମୃତକଙ୍କର ଅନ୍ତେଷ୍ଟିକ୍ରିୟା ପାଇଁ ଯୋଡା ଅଞ୍ଚଳର ବିଶିଷ୍ଟ ଠିକାଦାର ଜସବନ୍ତ ସିଂ ୨୫ ହଜାର ଟଙ୍କା, ଖଣି ଅଞ୍ଚଳ ଟ୍ରକ ମାଲିକ ସଂଘ ୧୦ ହଜାର ଟଙ୍କା, ମାଇନିଙ୍ଗ ଏରିଆ ସୋସିଆଲ ସର୍ଭିସ୍ (ମାସ) ପକ୍ଷରୁ ୨ହଜାର ୫ଶହ ଟଙ୍କା ଏବଂ ରେଡକ୍ରସ ପାଣ୍ଠୀରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ, ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଗଣେଶ ଭବନ ନିକଟରେ ଯୋଡା ଇଷ୍ଟ ରେଳ ସାଇଡିଂ ପଟୁ ଆସୁଥିବା ଏକ ଲୁଟ୍ ବୋଲେରୋ ଧକ୍କାରେ ଗୋଟିଏ ପରିବାରର ବାପା, ପୁଅ ଓ ଝିଅ ଙ୍କର ଶୋଚନୀୟ ମୃତୁ୍ୟ ଘଟିଥିଲା । ଏହି ଘଟଣାକୁ ନେଇ ସମଗ୍ର ଯୋଡା ସହରରେ ଏକ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.