Home ଓଡ଼ିଶା କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

91

ାା ଯୋଡା, ୨୯/୧୦ ((ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)) ।ା ଯୋଡାସ୍ଥିତ ଫେରୋ ଆଲଏଜ ପ୍ଲାଣ୍ଟ (ଏଫ୍ଏପି) ରେ ରବି କେରାଇ ନାମକ ଜଣେ ଠିକା ଶ୍ରମିକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ନେଇ ସହରରେ ଆଲୋଚନା ଯୋର ଧରିଛି । ରବି କେରାଇ ନାମକ ଜଣେ ଶ୍ରମିକ ଏଫ୍ଏପି ଠିକାଦାର ଏଲ୍.ଏମ୍. ଦାସ ଙ୍କ ଅଧିନରେ କାର୍ଯ୍ୟ କରିଥାନ୍ତି । ଗତ ସନିବାର ଦିନ ୧୨.୩୦ ମି. ସମୟରେ ତାଙ୍କର ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ପରିବାର ର କାହାରିକୁ ନଜଣାଇ ତାଙ୍କୁ ଜାମସେଦପୁରସ୍ଥିତ ଟିଏମ୍ଚ୍ ଡାକ୍ତରଖାନାକୁ ପଠାଇଦିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଅପରାହନରେ ତାଙ୍କର ମୃତୁ୍ୟ ଘଟିଛି । ତାଙ୍କ ସ୍ତ୍ରୀ ପ୍ୟାରି କେରାଇଙ୍କ କହିବା ମୁତାବକ ତାଙ୍କର ସ୍ୱାମୀ ଘଟଣା ଦିନ ସୁସ୍ଥ ଅବସ୍ଥାରେ କାମକୁ ଯାଇଥିଲେ । ପୂର୍ବରୁ ତାଙ୍କର କୌଣସି ଦୂରା ରୋଗ ନଥିବା ବେଳେ ତାଙ୍କୁ ତାଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ନିଯୁକ୍ତି ଦିଆଯାଇଥିଲା । ହଠାତ୍ ସେ ଅସୁସ୍ଥ ହେବା ଏବଂ ପରିବାର କାହାରିକୁ ନଜଣାଇ ଜାମସେଦପୁର ପଠାଇବା ଏବଂ ମୃତ ଦେହକୁ ଆଣି ଘରେ ପହଞ୍ଚାଇବା ଏହା ସନେ୍ଦହ ସୃଷ୍ଟି କରିଛି । ତେବେ ଏ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ରବି କେରାଇଙ୍କ ଘର ୯ନଂ ୱାର୍ଡରେ ସମ୍ପୃକ୍ତ ଠିକାଦାରଙ୍କ ଜଣେ କର୍ମଚାରୀ ପହଞ୍ଚô ଲୋକମାନଙ୍କୁ ବୁଝାଶୁଝା କରିଥିଲେ । ତାଙ୍କର ସ୍ତ୍ରୀ ପ୍ୟାରୀ ଏଥିପାଇଁ ୨୦ ଲକ୍ଷ ଟଙ୍କା କ୍ଷତୀପୂରଣ ମାଗିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ଟଙ୍କା ଏବଂ ୧ମାସ ପରେ ଆଉ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଶବ ସକ୍ରାର କରାଯାଇଥିଲା । ତେବେ ଏହି ଅଚାନକ ମୃତୁ୍ୟରେ ରବି କେରାଇଙ୍କର ଶବ ବ୍ୟବଚ୍ଛେଦ କରାଯାଇନଥିଲା । କେରାଇଙ୍କର ୨ଟି ପୁଅ ଏବଂ ଗୋଟିଅ ଝିଅ ଅଛନ୍ତି । ସେମାନଙ୍କ ବୟସ ୧୦ ବର୍ଷ ମଧ୍ୟରେ । ତେବେ କମ୍ପାନୀ ପକ୍ଷରୁ ସ୍ପଷ୍ଟି କରଣ ଦିଆଯାଇଛି ଯେ, ରବି କେରାଇଙ୍କର ଉଚ୍ଚ ରକ୍ତଚାପ ଜନୀତ ହୃଦଘାତ ଯୋଗୁଁ ତାଙ୍କର ଚିକିତ୍ସା ନିମନ୍ତେ ୨୬ ତାରିଖ ଦିନ ଟିଏମ୍ଏଚ୍କୁ ପଠାଯାଇଥିଲା । ମଙ୍ଗଳବାର ଦିନ ତାଙ୍କର ମୃତୁ୍ୟ ଘଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.