Home କଟକ ଦୁର୍ଗାପୂଜା ପ୍ରସ୍ତୁତି ସଭାକୁ ସଫଳ କରିବାକୁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ନିବେଦନ

ଦୁର୍ଗାପୂଜା ପ୍ରସ୍ତୁତି ସଭାକୁ ସଫଳ କରିବାକୁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ନିବେଦନ

99

କଟକ – ତା ୨୧/୮ (ଓଡ଼ିଆ ପୁଅ) – ଚଳିତ ବର୍ଷ ଦୁର୍ଗାପୂଜା ଓ ଭସାଣୀ ଉତ୍ସବ ପ୍ରସ୍ତୁତି ସଭାକୁ ସଫଳ କରିବା ପାଇଁ କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ଓ ସାଧାରଣ ସଂପାଦକ ଶ୍ରୀ ଭିକାରୀ ଦାସ ନିବେଦନ କରିଛନ୍ତି। ଆସନ୍ତା ସେପ୍ ଟମ୍ବର ୧ ତାରିଖ ରବିବାର ଦିବା ଘ.୧୦.୩୦ମି. ସମୟରେ ସ୍ଥାନୀୟ ଦରଖାପାଟଣା ଦୁର୍ଗାମଣ୍ଡପ ପରିସରରେ କଟକ ମହାନଗର ଶାନ୍ତି କମିଟିର ଦୁର୍ଗା ପୂଜା ଓ ଭସାଣୀ ଉତ୍ସବ ପ୍ରସ୍ତୁତି ସଭା ଅନୁଷ୍ଠିତ ହେବ। ଉକ୍ତ ସଭାରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ରାଜନୈତିକ ଦଳ ନେତୃବୃନ୍ଦ, ଜିଲ୍ଲାପାଳଙ୍କ ସମତେ ଜିଲ୍ଲା ପ୍ରଶାସନର ପଦାଧିକାରୀ, ଡି.ସି.ପି ଙ୍କ ସମେତ ପୋଲିସ ପ୍ରଶାସନର ପଦାଧିକାରୀ ଓ କଟକ ମହାନଗର ଅନ୍ତର୍ଭୁକ୍ତ ବିଡାନାସୀ ଠାରୁ କହ୍ନେଇପୁର ଓ ଜଗତପୁର ଠାରୁ ଫୁଲନଖରା, ୪୨-ମୌଜା, ତ୍ରିଶୁଳିଆ ମଧ୍ୟରେ ଥିବା ପ୍ରାୟ ୧୬୫ଟି ମଣ୍ଡପର ସଭାପତି ଓ ସଂପାଦକମାନେ ଯୋଗଦାନ କରିବାକୁ ନିମନ୍ତ୍ରଣ କରାଯାଇଛି। ନିର୍ଦ୍ଦିଷ୍ଟ ସ୍ଥାନ ଓ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.