Home ଓଡ଼ିଶା ଡ଼. ଡ଼ାଭୋଲକରଙ୍କ ହତ୍ୟା ଦିବସକୁ “ସାଇଣ୍ଟିଫିକ୍ ଟେମ୍ପର ଡ଼େ”ଭାବେ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ଓ...

ଡ଼. ଡ଼ାଭୋଲକରଙ୍କ ହତ୍ୟା ଦିବସକୁ “ସାଇଣ୍ଟିଫିକ୍ ଟେମ୍ପର ଡ଼େ”ଭାବେ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ଓ “ଆମୋଫୋଇ” ପକ୍ଷରୁ ପାଳିତ

197

ଭୁବନେଶ୍ୱର ୨୩/୦୮ (ଓଡ଼ିଆ ପୁଅ) : ବିଶିଷ୍ଟ ହେତୁବାଦୀ ତଥା ନିରୀଶ୍ୱରବାଦୀ ନେତା ଡ଼. ନରେନ୍ଦ୍ର ଡ଼ାଭୋଲକରଙ୍କ ୭ମ ଦେହାନ୍ତ ଦିବସ (ଅଗଷ୍ଟ ୨୦) କୁ ସଂସ୍କାରବାଦୀ ସଂଗଠନ “ଆମୋଫୋଇ” ଓ ମୁକ୍ତଚିନ୍ତନବାଦୀ “ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ” ପକ୍ଷରୁ “ସାଇଣ୍ଟିଫିକ୍ ଟେମ୍ପର ଡ଼େ”ଭାବେ ପାଳନ କରାଯାଇଛି।

ଏହି ଉପଲକ୍ଷେ “ବୈଜ୍ଞାନିକ ଦୃଷ୍ଟିଭଂଗୀର ବିକାଶ ପାଇଁ ଜାତିପ୍ରଥା ଓ ପ୍ରତିମା ପୂଜା ର ବିଲୋପ ଅପରିହାର୍ଯ୍ୟ” ଶୀର୍ଷକ ଉପରେ ଆଲୋଚନା ଚକ୍ର ଆମୋଫୋଇ ସଂସ୍ଥାର କୋପରନିକସ୍ ହଲରେ ଅନୁଷ୍ଠିତ ହୋଇ ଯାଇଛି। ସମାଜସେବୀ ବେଣୁଧର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସେମିନାରରେ ଡ଼. ନରେନ୍ଦ୍ର ଡ଼ାଭୋଲକରଙ୍କ ଅମ୍ଳାନ ବ୍ୟକ୍ତିତ୍ୱ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ସାଧାରଣ ସଂପାଦକ ବି.ରାମଚନ୍ଦ୍ର ସିଏସ୍ ଟି ଭୋଲଟେୟାର।

ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୂଳନ ସମିତିର ସଭାପତି ଭାବେ ୨୪ ବର୍ଷ ଧରି ଏକ ସାମାଜିକ ବିପ୍ଳବ ଆଣି ପାରିଥିବା ଡ଼. ଡ଼ାଭୋଲକରଙ୍କ ପ୍ରତି ରକ୍ଷଣଶୀଳ ହିନ୍ଦୁ ସମାଜର ଅସହିଷ୍ଣୁ ଭାବ ଥିଲା। ବିଶେଷତଃ ଡ଼ାକ୍ତରୀ ବିଦ୍ୟା ପଢ଼ିଥିବାରୁ ସେ ଜାଣି ପାରିଥିଲେ ଯେ ପ୍ରତି ପୂଜା ସିଜିନ୍ ରେ ଗଣେଶ ପ୍ରତିମୂର୍ତ୍ତିରେ ବ୍ୟବହୃତ କେମିକାଲ୍ସ୍ ସ୍ୱାସ୍ଥ୍ୟ ପ୍ରତି କ୍ଷତି କାରକ। ସେଥିପାଇଁ ସେ ଜାତିପ୍ରଥା ଓ ପ୍ରତିମା ପୂଜା ବିରୁଦ୍ଧରେ ସାଲିସ୍ ବିହୀନ ଜନ ଆନ୍ଦୋଳନ ଗଢ଼ିଥିଲେ। ପ୍ରତି ଗାଁରେ ଗୋଟିଏ କୂଅରୁ ସମସ୍ତ ଗ୍ରାମବାସୀ ପାଣି ନେବେ ଏହା ତାଙ୍କର ସିଦ୍ଧାନ୍ତ ଥିଲା। ସାମାଜିକ ସମତା ପାଇଁ ସେ “ଏକ ଗାଁ, ଏକ କୂଅ” ଆନ୍ଦୋଳନକୁ ଜନପ୍ରିୟ କରିଥିଲେ। ତାଙ୍କ ବ୍ୟକ୍ତିତ୍ୱର ଅଭୁ୍ୟଦୟରେ ଯେଉଁମାନେ ଭୀତତ୍ରସ୍ତ ହୋଇଥିଲେ ସେମାନେ ଭାବେ ଡ଼. ଡ଼ାଭୋଲକରଙ୍କୁ ଯୋଜନାବଦ୍ଧ ଭାବେ ୨୦୧୩ ମସିହା ଅଗଷ୍ଟ ମାସ ୨୦ ତାରିଖରେ ହତ୍ୟା କରିଥିଲେ। ଭାରତ ସରକାର ଏପରି ସମାଜ ସେବୀଙ୍କୁ “ପଦ୍ମଶ୍ରୀ ଉପାଧି” ସମ୍ମାନୀତ କରିଥିବାରୁ ସେତବେଳର ୟିୁ.ପି.ଏ ସରକାରଙ୍କୁ ଶ୍ରୀ ଭୋଲଟେୟାର ଧନ୍ୟବାଦ ଦେଇଥିଲେ।

ଆମୋଫୋଇ ସଂସ୍ଥାର ସହ-ପ୍ରତିଷ୍ଠାତା ମ୍ୟାଡ଼ାମ୍ ସ୍ୱପ୍ନା ବିଜୟିନୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ : ଜାତିପ୍ରଥା ଓ ପ୍ରତିମା ପୂଜାର ବିଲୋପନ ପାଇଁ ଭାରତ ସାରା ହଜାର ହଜାର ସଂଖ୍ୟାରେ ନରେନ୍ଦ୍ର ଡ଼ାଭୋଲକରଙ୍କ ପରି ସମାଜ ସଂସ୍କାରକଙ୍କ ର ଆବଶ୍ୟକତା ରହିଛି। କାରଣ ଅନ୍ଧବିଶ୍ୱାସ ଓ ତତ୍ ଜନିତ ପର୍ବପର୍ବାଣୀ ଓ ପରମ୍ପରା, ମଠବାଡ଼ି, ଭଣ୍ଡ ବାବା ମାନଙ୍କୁ ହଟାଇବା ପାଇଁ ପ୍ରତିଶୃତିବଦ୍ଧ, ଦୃଢ଼ମନା ବ୍ୟକ୍ତିତ୍ୱ ଥିବା ବ୍ୟକ୍ତି ମାନଙ୍କର ଆବଶ୍ୟକତା ବିଶେଷ ରହିଛି। ଦୁଃଖ ଓ ଲଜ୍ୱ୍ୟାର ବିଷୟ ଏହି ଯେ ନିଜ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ରାଜନେତାମାନେ ଧର୍ମ ଓ ଜାତି ଓ ଅନ୍ଧପରମ୍ପରାକୁ ଆଜସୁଦ୍ଧା ହାତଛଡ଼ା କରୁନାହାଁନ୍ତି। ଏଥିପାଇଁ ମ୍ୟାଡାମ୍ ସ୍ୱପ୍ନା ବିଜୟିନୀ କ୍ଷୋଭ୍ ପ୍ରକାଶ କରିଥିଲେ।

ଭୁବନେଶ୍ୱର ୟୁନିଟ୍ – ୮ ସ୍ଥିତ ସିଏମ୍ ଏ (କଷ୍ଟ୍ ଏଣ୍ଡ୍ ମ୍ୟାନେଜ୍ ମେଣ୍ଟ୍ ଏକାଣ୍ଟେସି କଲେର ଛାତ୍ରୀ ରୋଜାଲିନ୍ ବାରିକ୍ ଓ ଚନ୍ଦ୍ରଶେଖରପୁର ସ୍ଥିତି ଗର୍ଭନମେଣ୍ଟ ପଲିଟେକିନିକ୍ ଶିକ୍ଷାନୁଷ୍ଠାନର ତୃତୀୟ ବାର୍ଷିକୀ ଡିÿପ୍ଲୋମା ଛାତ୍ରୀ ନିରୂପମା ନାୟକ ଆଲୋଚନାରେ ଉକ୍ତ ଭାଗ ନେଇ ଶିକ୍ଷାନୁଷ୍ଠାନରୁ ଗଣେଶ ପୂଜା, ସରସ୍ୱତୀ ପୂଜା ଓ ପ୍ରାର୍ଥନା ଉଠାଇ ଦେବା ପାଇଁ ଆହ୍ୱାନ ଦେଇଥିଲେ।

ସଭାସ୍ଥଳୀରେ ଦୁଇଟି ଜାତି-ଜାତକ-ଯୌତୁକଶୂନ୍ୟ- ବେଦି-ବାଣ-ବାଜା-ଭୋଜିଭାତ-ବିବର୍ଜିତ ପ୍ରେମବିବାହ ଅନୁଷ୍ଠିତ ହୋଇଥିଲା। ଦମ୍ପତି ଦ୍ୱୟ ହେଲେ:- (୧) ଗଜପତି ଜିଲ୍ଲା ପାରଳାଖେମୁଡ଼ିର ଯୁବ ପ୍ରେସ୍ ରିପୋଟର ଜିତେନ୍ଦ୍ର ବାରିକ୍ ଏବଂ ସେଠାର ଗଣିତରେ ଏମ୍ .ଏସି ଡ଼ିଗ୍ରୀ ଧାରି ଯୁବତୀ ରେସମା ଚୌଧୁରୀ, (୨) ଜଗତ୍ ସିଂହପୁର ସହରର ଇଲେକ୍ଟ୍ରିକ୍ ମିଟର ରିଡ଼ର ମି. ଲିଟୁ ଜେନା ଓ ବାଲି କୁଦାର +୩ ଆର୍ଟସ୍ ଗ୍ରାଜୁଏଟ ଯୁବତୀ ସୁନାଲି ସ୍ୱାଇଁ। ଦମ୍ପତି ଦ୍ୱୟ ଭାରତ ତଥା ବିଶ୍ୱର ହିତ ପାଇଁ ଏକ-ସନ୍ତାନ-ପରିବାର-ବ୍ରତୀ ହେବେ ବୋଲି ଶପଥ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.