Home ଜିଲ୍ଲା ପରିକ୍ରମା ଆକାଶବାଣୀର ତ୍ରୈମାସିକ ବୈଠକ

ଆକାଶବାଣୀର ତ୍ରୈମାସିକ ବୈଠକ

108

ସମ୍ବଲପୁର, ୨୩/୮ (ଓଡ଼ିଆ ପୁଅ) – ରାଜ୍ୟର ଆକାଶବାଣୀ କେନ୍ଦ୍ରର ଆଂଚଳିକ କାର୍ଯ୍ୟକ୍ରମ ସମନ୍ୱୟ କମିଟିର ବୈଠକ ସମ୍ବଲପୁରର ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୧୧ ଟା ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରସାର ଭାରତୀର ଅତିରିକ୍ତ ମହାନିର୍ଦ୍ଦେଶକ ଅଶୋକ ଗୁପ୍ତା ଏବଂ କୋଲକାତା ଆକଶବାଣୀର ସହକାରୀ ନିର୍ଦ୍ଦେଶକ ନୀନା ସିହ୍ନା ସରକାର ବୈଠକରେ ଯୋଗ ଦେଇ ଆକାଶବାଣୀର ଗତ ୩ ମାସର କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଏହାଛଡ଼ା ଆକାଶବାଣୀ କିପରି ତାର ନିଜସ୍ୱ ପୁଞ୍ଜି ସୃଷ୍ଟି କରିପାରିବ ସେ ନେଇ ଅଶୋକ ଗୁପ୍ତା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କଟକ ଆକାଶବାଣୀ କେନ୍ଦ୍ରର ମୁଖ୍ୟ ସୁହାସ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥବଲେ। ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ମୁଖ୍ୟ ଏମ୍ .ଆର୍ .କେ. ରାଓ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ପରିବର୍ତିତ ପରିସ୍ଥିତିରେ ଆକାଶବାଣୀର କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ମନଛୁଅାଁ ହେବାର ଆବଶ୍ୟକତା ରହିଛି। ସମ୍ବଲପୁର କେନ୍ଦ୍ରର କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ଜୟରାମ ମୁଣ୍ଡାଙ୍କ ସହଯୋଗ୍ ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ନିଷ୍ପାଦକ ଅଭୟ କୁମାର ଦାସ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.