Home ଓଡ଼ିଶା ଦୁର୍ଗମ ବଣ୍ଡା ଘାଟିରେ ବିଏସଏଫ ଯବାନ ମାନଙ୍କ ଦ୍ୱାରା ଆଦିମ ବଣ୍ଡା ଜନଜାତି ଜୋଗ ଆଭ୍ୟାସ...

ଦୁର୍ଗମ ବଣ୍ଡା ଘାଟିରେ ବିଏସଏଫ ଯବାନ ମାନଙ୍କ ଦ୍ୱାରା ଆଦିମ ବଣ୍ଡା ଜନଜାତି ଜୋଗ ଆଭ୍ୟାସ କଲେ

118

ମାଲକାନଗିରି,୨୧ା୬ (ଓଡିଆ ପୁଅ) ମହାମାରି କରୋନା ପାଇଁ କୋଭିଡ ନିୟମ ପାଳନ କରାଯାଇ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇଯାଇଛି । ବିଶେଷ କରି ଦୁର୍ଗମ ମାଓପ୍ରବଣ ବଣ୍ଡା ଘାଟିରେ ମୁଦୁଲିପଡା ଠାରେ ସ୍ଥାପିତ ୧୫ବବାଟାଲିୟନ ବିଏସଏଫ ଯବାନ ମାନଙ୍କ ପକ୍ଷରୁ ଆଦିମ ବଣ୍ଡା ଜନଜାତିର ଯୁବକ ଯୁବତୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଏହି ଯୋଗ ଶିବିରରେ ବଣ୍ଡା ଘାଟିର ମୁଦୁଲିପଡା,ବନ୍ଧଗୁଡା, ଦାନ୍ତିପଡା, ପଡେଇଗୁଡା,ବଡଭେଲ ଗ୍ରାମର ଶତାଧିକ ବଣ୍ଡା ଯୁବକ ଓ ଯୁବତୀ ମାନେ କୋଭିଡ ନିୟମ ପାଳନକରି ମାସ୍କ ପରିଧାନ ସହ ସାମାଜିକ ଦୁରତା ରକ୍ଷାକରି ଯୋଗଅଭ୍ୟାସ କରିଥିଲେ । ମନ ଓ ଶରୀରକୁ ସୁସ୍ଥରଖିବାକୁ ହେଲେ ଯୋଗର ଆବଶ୍ୟକତା ରହିଛି ।ସଭ୍ୟଶିକ୍ଷିତ ମଣିଷ ମାନେ କେବେଳ ଭୋଗ ରେ ଦିନ କାଟୁଥିବାବେଳେ ଯୋଗକୁ ଭୁଲିଗଲେଣି, ଯାହା ଫଳରେ କି ଏବେ ଶିଶୁ ଠାରୁ ଅରମ୍ଭକରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ନାନା ପ୍ରକାର ରୋଗରେପଡୁଛନ୍ତି ପ୍ରତିଦିନ ଯୋଗଭ୍ୟାସ କରିବା ଦରକାରଲ ବୋଲି ବିଏସଏଫ ଯବାନ ମାନେ ବଣ୍ଡା ସଂପର୍ଦାୟର ଯୁବକ ଓ ଯୁବତୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଠିକ ସେହିପରି ମାଲକାନଗିରି ଜିଲ୍ଲା ପଦ୍ମଗିରି ଠାରେ ପତଜଂଳି ଯୋଗସମତି ଓ ଯୋଗ ମହୋତ୍ସବ ସମତି ଦ୍ୱାରା ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇଯାଇଛ । ଏହି ଶିବିରରେ ପଦ୍ମଗିରି ପଚାଂୟତର ଯୁବକ,ଯୁବତୀ, ମହିଳା ଓ ପୁରୁଷ ମାନେ ଯୋଗଦେଇ ଯୋଗଅଭ୍ୟାସ କରିଥିଲେ । ଏହି ଶିବିରରେ ପତଜଳି ଯୋଗସମତି ଜିଲ୍ଲା ପ୍ରଭାରୀ ଅରୁଣ ଡୁରୁକା,ଯୋଗ ସମତି ଜିଲ୍ଲା ସଂଯୋଜକ ଭୂବନାନନ୍ଦ ସାହୁ,ଡାକ୍ତର ଅନୁପକୁମାର ଜେନା,ଡାକ୍ତର ଦେବ ବ୍ରତ ସାହୁ,ଯୋଗଶିକ୍ଷକ ନିରଜଂନ ମିଶ୍ର,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି, ଦୁର୍ଗାତ୍ରୀପାଠୀ,ଭଗବାନ ସାହୁ,ଗୋବିନ୍ଦ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଯୋଗଅଭ୍ୟାସ କରିଥିଲେ । ପୁବ ର୍କାଳରେ ମୁନି ରୁଷିମାନେ ଯୋଗ ପ୍ରାଣାୟମ ଦ୍ୱାରା ନିଜେ ସୁସ୍ଥ ସବଳ ରହି ଅନ୍ୟମାନଙ୍କୁ ସୁସ୍ଥରଖୁଥିଲେ । ଯୋଗ ଦ୍ୱାରା ଅସାଧ୍ୟ ରୋଗ ଭଲହୋଇ ପାରେ ବୋଲି ମଚାଂଶିନ ଅତିଥି ମାନେ କହିଥିଲେ । ଅନୁରୁପ ଚିତ୍ରକୋଣ୍ଡା ଠାରେ ଯୋଗଗୁରୁ ଇନ୍ଦ୍ର ଲାମା ଙ୍କ ନେତୃତ୍ୱରେ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇଯାଇଛ । ଏହି ଶିବିରିରେ ବୁଲୁସେଠୀ,ଟୁକୁନା ସେଠୀ,ଚନ୍ଦ୍ରକାନ୍ତ ମାଝୀ,କାହ୍ନୁଚରଣ ବେେହେରା, ରଜଂନ ନାୟକ,ଦେବବ୍ରତ ପ୍ରଧାନ,ଅଲି ଖାନ,ଚିତରଂଜନ ମହାରାଣା,ଚନ୍ଦନ ସାହୁ ,ମୁନା ପ୍ରମୁଖ ଉପସ୍ଥିତ ରହି ଯୋଗଅଭ୍ୟାସ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.