Home ଓଡ଼ିଶା ଜାପାନ ବୈଜ୍ଞାନିକ ପଦ୍ଧତିରେ ମାଲକାନଗିରି ବନବିଭାଗ ପକ୍ଷରୁ ଘଚଂଜଙ୍ଗଲ ସୃଷ୍ଟି

ଜାପାନ ବୈଜ୍ଞାନିକ ପଦ୍ଧତିରେ ମାଲକାନଗିରି ବନବିଭାଗ ପକ୍ଷରୁ ଘଚଂଜଙ୍ଗଲ ସୃଷ୍ଟି

143

ମାଲକାନଗିରି,୨୧ା୬ (ଓଡିଆ ପୁଅ ) ଜାପାନ ର  ବୈଜ୍ଞାନିକ ଆକିରା ମିଆବାକ ଙ୍କ ପଦ୍ଧତିରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଳ୍ପଜମିରେ ନାନା ପ୍ରକାର ଚାରାରୋପଣ କରାଯାଇ ଘଚଂ ଜଙ୍ଗଲ ସୃଷ୍ଟି ହୋଇପାରିଛି । ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଙ୍କ ଉଦ୍ୟମ କ୍ରମେ ମାଲକାନଗିରି ବନାଚଂଳ ପକ୍ଷରୁ ଜାପାନ ବୈଜ୍ଞାନିକ ମିଆବାକ ପଦ୍ଧତିରେ ଗତ ଦୁଇବର୍ଷ ତଳେ ପରୀକ୍ଷା ମୁଳକ ଭାବେ ମାଲକାନଗରି ଜିଲ୍ଲାସଦର ମହକୁମା ଜିଲ୍ଲାହସପିଟାଲ ପରିସର ଓ ବାଲିମେଳା ଜଗନ୍ନାଥ ମନ୍ଦିର ପରିସରରେ ଏହି ପଦ୍ଧତିରେ ଚାରାରୋପଣ କରାଯାଇଥିଲା । ହସପିଟାଲ ପରିସରରେ ସହରାଚଂଳ ବନୀକରଣ ଯୋଜନାରେ ୨ ଏକର ପଡିଆ ଜମିରେ ଖଇର,ବେଲ,ନିମ,ଅଂଳା, ଅଶୋକ,ମାହନିମ, ଶିଶୁ,ଗମ୍ଭାରୀ, ରକ୍ତଚନ୍ଦନ,ହରିଡା, ବାହାଡା,ଅର୍ଜୁନ,କରଜଂ,ଆମ୍ବ,ଧଳା ଶିରିଶ,କଳା ଶିରିଶ,ମହୁଲ,ମୁଣ୍ଡି, ପେସ୍ତାବାଦାମ,ରାଧାଚୁଡା ମୋଟ ୧୯୦୭ ଗୋଟି ଚୋରା ରୋପଣ କରାଯାଇ ମାଲ୍ୟବନ୍ତ ଶାନ୍ତିବନ ଓ ଅମ୍ଳଜାନ ପାର୍କ ନାମରେ ନାମିତ ହୋଇଥିଲା । ଏହି ଗଛଗୁଡିକ ମାତ୍ର ଦୁଇବର୍ଷ ମଧ୍ୟରେ ୨୦ଫୁଟ ରୁ ଉର୍ଦ୍ଦ ଉଚ୍ଚତା ହେବା ସହିତ ଘଚଂ ଜଙ୍ଗଲ ସୃଷ୍ଟି ହୋଇଛି । ହସପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ପରିବାର ଓ ଡାକ୍ତର ଖାନା କର୍ମଚାରି ମାନେ ଏହି ପାର୍କରେ କିଛି ସମୟ ବିତାଇ ବିଶୁଦ୍ଧ ଅମ୍ଳଜାନ ପାଇବା ସହିତ ନିଜକୁ ଶାନ୍ତି ଅନୁଭବ କରି ପାରୁଛନ୍ତି । ମାଲକାନଗିରି ଜିଲ୍ଲାରେ ପରୀକ୍ଷା ମୁଳକ ଭାବେ ଜାପାନ ମିଆବାକ ପଦ୍ଧତିରେ ଅଳ୍ପଜମିରେ ବିଭିନ୍ନ କିଶମର ଗଛ ଲଗାଇ ଘଚଂ ଜଙ୍ଗଲ ସୃଷ୍ଟି କରିବା ଯୋଜନା ସଫଳ ହୋଇଥିବାରୁ ଏହାକୁ ଅନ୍ୟାନ ଜିଲ୍ଲା ଅନୁକରଣ କରି ଚାରାରୋପଣ ଆରମ୍ଭ କରିଦେଇଥିବାର ଜଣାପଡିଛି । ଏହି ଅମ୍ଳଜାନ ଜଙ୍ଗଲ ସୃଷ୍ଟି ସଂପର୍କରେ ଗତ ଦୁଇବର୍ଷ ତଳେ ବନଖଣ୍ଡ ଅଧିକାରୀ ପ୍ରଦିପ ମିରାସେ ୟୁଟୁଭ ରେ ଜାପାନ ଦେଶର ସବୁଜ ବୈଜ୍ଞାନିକ ଆକିର ମିଆବାକ ଙ୍କ ଏକ ସାକ୍ଷାତ କାର ଦେଖିଥିଲେ ସେଥିରୁ ସେ ଜାଣିବାକୁ ପାଇଲେ ଅଳ୍ପଜମିରେ ନାନା କିସମର ଚାରାରୋପଣ କରି ଘଚଂ ଜଙ୍ଗଲ ସୃଷ୍ଟି କରିବା ସହିତ ବିଷୁଦ୍ଧ ଅମ୍ଳଜାନ ମିଳିପାରିବ , ତାପରେ ସେ ପରୀକ୍ଷା ମୁଳକ ଭାବେ ଜିଲ୍ଲାର ଦୁଇଟି ସ୍ଥାନରେ ଚାରାରୋପଣ କରି ସଫଳତା ପାଇଛନ୍ତି । ସାଧାରଣ ପ୍ଲାଟେଂସନ ଅପେ କ୍ଷା ଏହି ଜାପାନ ପଦ୍ଧତି ଚାରା ରୋପଣ ଦ୍ୱାରା ୧୦ଗୁଣା ଗଛ ଗୁଡିକ ବୃଦ୍ଦିପାଇ ପାରୁଛି ଆଗାମି ଦିନରେ ଜିଲ୍ଲାରେ ଏହି ପଦ୍ଧତିରେ ଅଧିକ ଜମିରେ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ଶ୍ରୀ ମିରାସେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.