Home ଜିଲ୍ଲା ପରିକ୍ରମା ଦୁର୍ଗମ ଅପହଁଚ ଆଦିବାସୀ ଗ୍ରାମରେ ମ୍ୟାଲେରିଆ ରୋଗ ନିରାକରଣ ପାଇଁ ଦମନ ଅଭିଯାନ

ଦୁର୍ଗମ ଅପହଁଚ ଆଦିବାସୀ ଗ୍ରାମରେ ମ୍ୟାଲେରିଆ ରୋଗ ନିରାକରଣ ପାଇଁ ଦମନ ଅଭିଯାନ

86

ମାଲକାନଗିରି,୧୯ା୧୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମ୍ୟାଲେରିଆ ପ୍ରବଣ ଅଚଂଳ ହୋଇଥିବାରୁ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ବିଭିନ୍ନ ଦୁର୍ଗମ ଅପହଁଚ ଆଦିବାସୀ ଗ୍ରାମରେ ମ୍ୟାଲେରିଆ ରୋଗ ନିରାକରଣ ନିମନ୍ତେ ଦମନ ଅଭିଯାନ ସହ ଜନସଚେତନତା ଓ ଚିକିତ୍ସା ଆରମ୍ଭ ହୋଇ ଯାଇଛି । ଆଜି ଜିଲ୍ଲାମ୍ୟାଲେରିଆ ଅଧିକାରୀ ଡା ଧନେଶ୍ୱର ମହାପାତ୍ର,ମଶା ବାହିତ ରୋଗ ପରାମର୍ଶଦାତା ଅଜିତ କୁମାର ଦଳେଇ ଙ୍କ ନେତୃତ୍ୱରେ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଭା ମାଢି,ପୁରୁଷ ସ୍ୱାସ୍ଥ୍ୟକର୍ମୀ ମାନସ ରଜଂନ ପାଣ୍ଡେୟା,ମ୍ୟାଲେରିଆ ସୁପରଭାଇଜ ଦୀପକ ବିଶୋଇ ଓ ଆଶା କର୍ମୀ ଅମିତା ପରସେନିଆ ପ୍ରମୁଖ ଆଦିବାସୀ ଅଧ୍ୟୁଷିତ ମୁଦୁଲିଗୁଡା,ବଣ୍ଡାଘାଟି,ତାଗବେଡା,ବାଟପାଲି  ଦୁର୍ଗମ ଅପହଁଚ ଇଲାକା ଗ୍ରାମକୁ ଦୀର୍ଘ ୫କିଲୋମିଟର ପାହଡ ରାସ୍ତାରେ ଚାଲି ଚାଲି ଯାଇ ମ୍ୟାଲେରିଆ ଦମନ ଆରମ୍ଭ କରିଦେଇଛନ୍ତି । ଏହି ସବୁ ଗ୍ରାମରେ  ୪୧ଜଣଙ୍କ  ଠାରୁ ରକ୍ତନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ ସବୁ ରକ୍ତ ନମୁନା ଗୁଡିକ ନେଗେଟିଭ ରିପୋର୍ଟ ଆସିଥିଲା, ସୁଚନା ଯୋଗ୍ୟ ଯେ ଗତ ବର୍ଷ ଏହି ସବୁଗ୍ରାମର ଅଧିକାଂଶ ଲୋକ ଙ୍କ ରକ୍ତ ନମୁନାରେ  ମ୍ୟାଲେରିଆ ପଜେଟିଭ ବାହିରିଥିଲା । ଦୁର୍ଗମ ଅପହଁଚ ଇଲାକା ଗୁଡିକୁ ନିୟମିତ ସ୍ୱାସ୍ଥ୍ୟକର୍ମୀ ମାନେ ପରିଦର୍ଶନରେ ଯାଇ ଗ୍ରାମବାସୀ ମାନଙ୍କୁ ଔଷଧ ବୁଡା ମଶାରୀ ବ୍ୟବହାର କରିବା ସହିତ ଘର ବାଡି ବଗିଚା ପରିସ୍କାର ପରିଛନ୍ନ ରଖିବା ପାଇଁ ଜନ ସଚେତନତା ସୃଷ୍ଟି କରୁଥିବାରୁ ଚଳିତ ବର୍ଷ ଜିଲ୍ଲାରେ ମ୍ୟାଲେରିଆ ରୋଗର ପାଦୃଭାବ କମି ଯାଇଛି ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା ଅଜୟକୁମାର ବୈଠାରୁ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.