Home Top News ଆଇପିଏଲ୍ ୨୦୨୧ ନିଲାମ: ନ୍ୟୁଜିଲ୍ୟାଣ୍ଡର କାଇଲ୍ ଜେମସନ୍‌ଙ୍କୁ ୧୫ କୋଟିରେ କିଣିଲା ଆରସିବି

ଆଇପିଏଲ୍ ୨୦୨୧ ନିଲାମ: ନ୍ୟୁଜିଲ୍ୟାଣ୍ଡର କାଇଲ୍ ଜେମସନ୍‌ଙ୍କୁ ୧୫ କୋଟିରେ କିଣିଲା ଆରସିବି

107

ନୂଆଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର କାଇଲ୍ ଜାମିସନ୍ (Kyle Jamieson) ପ୍ରଥମ ଥର ପାଇଁ ଆଇପିଏଲ୍ ନିଲାମରେ ଓହ୍ଲାଇ ବାଜି ମାରିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ନିଲାମରେ ନ୍ୟୁଜିଲ୍ୟାଣ୍ଡର ଏହି ପ୍ରତିଭାବାନ ଖେଳାଳିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୫ କୋଟି ଟଙ୍କାରେ କିଣିଛି। ପ୍ୟାଟ୍ କମିନ୍ସଙ୍କ ପରେ କାଇଲ୍ ଜେମସନ୍ ବର୍ତ୍ତମାନ ଆଇପିଏଲ୍ ଇତିହାସରେ ଦ୍ୱିତୀୟ ମହଙ୍ଗା ବୋଲର ହୋଇଛନ୍ତି। କାଇଲ୍ ଜେମସନ୍‌ଙ୍କର ବେସ୍‌ ପ୍ରାଇସ୍‌ ମାତ୍ର ୭୫ ଲକ୍ଷ ଟଙ୍କା ଥିଲା କିନ୍ତୁ ଏହି ଖେଳାଳିଙ୍କୁ କିଙ୍ଗସ ଇଲେଭେନ୍‌ ପଞ୍ଜାବ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗ୍ରହ ଦେଖାଇ ଶେଷରେ ଆରସିବି କିଣିଛି।

ଗତ ବର୍ଷ ୨୦୨୦ ରେ କଏଲ ଜେମସନ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ଦ୍ରୁତ ବୋଲର ୱାନ୍‌ଡେ, T20 ଏବଂ ଟେଷ୍ଟ ତିନୋଟି ଫର୍ମାଟରେ ନିଜର ଭଲ ଖେଳ ଫ୍ରଦର୍ଶନ କରିଛନ୍ତି।

କାଇଲ୍ ଜେମସନ୍‌ଙ୍କ କ୍ୟାରିୟର
ଗତ ବର୍ଷ ୨୦୨୦ ରେ କାଇଲ ଜେମସନ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ଦ୍ରୁତ ବୋଲର ODI, T20 ଏବଂ ଟେଷ୍ଟ ତିନୋଟି ଫର୍ମାଟରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ। ଜେମସନ୍ ୬ ଟି ଟେଷ୍ଟରେ ୩୬ ୱିକେଟ୍ ନେଇଥିବାବେଳେ ହାରାହାରି ୫୬ ରୁ ଅଧିକ ୨୨୬ ରନ୍ ସଂଗ୍ରହ କରିଛନ୍ତି। ଜେମସନ୍ ଏପର୍ଯ୍ୟନ୍ତ ୩୮ ଟି ଟି -୨୦ ମ୍ୟାଚରେ ମୋଟ ୫୪ ୱିକେଟ୍ ନେଇଛନ୍ତି। ଟି -୨୦ ରେ ତାଙ୍କର ବ୍ୟାଟିଂ ପ୍ରତିଶତ ହେଉଛି ୨୭.୧୪। ଜେମସନ୍‌ଙ୍କ ଷ୍ଟ୍ରାଇକ୍ ରେଟ୍‌ ମଧ୍ୟ ୧୩୮ ରୁ ଅଧିକ ଅଟେ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଜେମସନଙ୍କ ପୂର୍ବରୁ ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ମୂଲ୍ୟରେ କିଣିଛି। ଗତ ଋତୁରେ ମ୍ୟାକ୍ସୱେଲ ଫ୍ଲପ୍ ହୋଇଥିଲେ ମଧ୍ୟ ଆରସିବି ତାଙ୍କ ଉପରେ ବାଜି ଲଗାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.