Home ଜିଲ୍ଲା ପରିକ୍ରମା ୫-ଟି ରୂପାନ୍ତରଣରେ ଜିଲ୍ଲାର ୮୦ଟି ସ୍କୁଲ ଲୋକାର୍ପିତ, ଚାନ୍ଦବାଲିର ଶାରଳା ହାଇସ୍କୁଲରେ ଉଦ୍‌ଘାଟନୀ ଉତ୍ସବ

୫-ଟି ରୂପାନ୍ତରଣରେ ଜିଲ୍ଲାର ୮୦ଟି ସ୍କୁଲ ଲୋକାର୍ପିତ, ଚାନ୍ଦବାଲିର ଶାରଳା ହାଇସ୍କୁଲରେ ଉଦ୍‌ଘାଟନୀ ଉତ୍ସବ

40

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ଦଫାରେ ୧୭ଟି ସ୍କୁଲ ପରେ ଦ୍ୱିତୀୟ ଦଫାରେ ଭଦ୍ରକ ଜିଲ୍ଲାର ୮୦ଟି ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜି ସନ୍ଧ୍ୟାରେ ଚାନ୍ଦବାଲି ବ୍ଲକର ଶାରଳା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଉତ୍ସବ ପାଇଁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଚାନ୍ଦବାଲି ବି.ଡ଼ି.ଓ ଜ୍ୟୋତି ବିକାଶ ଦାସ, ଶାରଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନୀଲ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ନେଇ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ। ସୂଚନା ଯୋଗ୍ୟକି ଆଜି ଲୋକାର୍ପିତ ହୋଇଥିବା ୮୦ଟି ସ୍କୁଲ ମଧ୍ୟରେ ବାସୁଦେବପୁର ବ୍ଲକ୍‌ର ୧୩ଟି, ଭଦ୍ରକ ପୌରପାଳିକାର ୪ଟି, ଭଦ୍ରକ ବ୍ଲକର ୧୩ଟି, ଭଣ୍ଡାରିପୋଖରୀ ବ୍ଲକର ୮ଟି ସ୍କୁଲ ଅନ୍ତର୍ଭୁକ୍ତ। ଶାରଳା ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ ସୋନାଲି ସୁପ୍ରିୟା ସାହୁ ମୁଖ୍ୟମନ୍ତ୍ରୀ ସହ ବାର୍ତ୍ତାଳାପ କରିଥିଲେ। ଡ଼.ରାୟ ବକ୍ତବ୍ୟ ପ୍ରସଂଙ୍ଗରେ ଭଦ୍ରକ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରିବା ସହିତ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛି ଏବଂ ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ସୁଯୋଗ ସୃଷ୍ଟି କରିପାରିଛି ବୋଲି କହିଥିଲେ। ଏହି ଉତ୍ସବରେ ସମସ୍ତ ବିଡ଼ିଓ, ଚାନ୍ଦବାଲି ତହସିଲଦାର, ନିର୍ବାଚିତ ଜନ ପ୍ରତିନିଧିମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.