Home ଓଡ଼ିଶା SBI ର ୪୫ କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର : ସର୍ବନିମ୍ନ ହାରାହାରୀ ମାସିକ...

SBI ର ୪୫ କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର : ସର୍ବନିମ୍ନ ହାରାହାରୀ ମାସିକ ବାଲାନ୍ସ ସୀମା କମିଲା

323

ନୂଆଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ) ଭାରତର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପାର୍ବଣ ଋତୁ ପୂର୍ବରୁ ଏହାର କୋଟି କୋଟି ଗ୍ରାହକଙ୍କୁ ଖୁସୀ ଖବର ଦେଇଛି। ବ୍ୟାଙ୍କ ମେଟ୍ରୋ ଏବଂ ଗ୍ରାମୀଣ ଅଞ୍ଚଳ ପାଇଁ ସର୍ବନିମ୍ନ ବାଲାନ୍ସ ସୀମା ହ୍ରାସ କରିଛି।

ବର୍ତ୍ତମାନ ମେଟ୍ରୋ ଏବଂ ସହରାଞ୍ଚଳ ପାଇଁ ହାରାହାରି ମାସିକ ବାଲାନ୍ସ ୩୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳ ପାଇଁ ୧୦୦୦ ଟଙ୍କାକୁ ହ୍ରାସ କରାଯାଇଛି। ଏହା ସହିତ ସର୍ବନିମ୍ନ ବାଲାନ୍ସ ନରଖିବା ଉପରେ ଚାର୍ଜ ମଧ୍ୟ ହ୍ରାସ କରାଯାଇଛି।

ଏହା ଦ୍ୱାରା ପ୍ରାୟ ୪୫ କୋଟି ଗ୍ରାହକଙ୍କୁ ଫାଇଦା ମିଳିବ। ସାଧାରଣତଃ ସର୍ବନିମ୍ନ ବାଲାନ୍ସ ନରଖିବା ପାଇଁ ବ୍ୟାଙ୍କ ୫ ରୁ ୧୫ ଟଙ୍କା ଏବଂ ଜିଏସଟି ଚାର୍ଜ କରିଥାଏ।

ଏପ୍ରିଲ ୨୦୧୭ ରେ SBI ସର୍ବନିମ୍ନ ହାରାହାରି ବାଲାନ୍ସ ଚାର୍ଜ ଲାଗୁ କରିଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଇତ୍ୟାଦି ମେଟ୍ରୋ ସହରଗୁଡିକରେ ସର୍ବନିମ୍ନ ବାଲାନ୍ସର ୫୦% ହ୍ରାସ ୧୦ ଟଙ୍କା ଏବଂ ଜିଏସ୍ଟି ଜରିମାନା ଲାଗିବ। ଯଦି ଏହା ୫୦-୭୫ ପ୍ରତିଶତ ହ୍ରାସ ହୁଏ ତେବେ ଚାର୍ଜ ୧୨ ଟଙ୍କା ଏବଂ ଜିଏସଟି ଜକିମାନା ଲାଗିବ। ଯଦି ଆକାଉଣ୍ଟଧାରୀଙ୍କ ବାଲାନ୍ସ ୭୫ ପ୍ରତିଶତରୁ ଅଧିକ ହ୍ରାସ ହୁଏ, ତେବେ ୧୫ ଟଙ୍କା ଏବଂ ଜିଏସଟି ଜରିମାନା ଆଦାୟ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.