Home ଜିଲ୍ଲା ପରିକ୍ରମା ଦୁଇ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ

ଦୁଇ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ

140

ପୁରୀ ୧୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦୁଇ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ସତ୍ୟବାଦୀ ବ୍ଲକ ନୂଆ ସୋମେଶ୍ୱରପୁରର ଶ୍ରୀ ସୁରଜ ମିଶ୍ର ଓ କୃଷ୍ଣ ପ୍ରସାଦ ବ୍ଲକ ରାସକୁଦିର ଶ୍ରୀ ବସନ୍ତ ମଲ୍ଲିକଙ୍କୁ ଏହି ସ୍କୁଟି ପ୍ରଦାନ କରାଯାଇଥିଲା। ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ରଙ୍କ ସାଂସଦ ପାଣ୍ଟି ରୁ ଏହି ସହାୟତା ପ୍ରଦାନ କରାଯାଇଛି। ଏହି ସ୍କୁଟି ପାଇ ସେମାନେ ବହୁତ ଖୁସି। ସେମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ଏହା ବହୁତ ସହାୟକ ହେବା ସହ ବିଭିନ୍ନ କାର୍ଯ୍ୟ ପାଇଁ ସମୟ ବଞ୍ଚି ପାରିବ ବୋଲି ଉଭୟ ସ୍କୁଟି ଗ୍ରହଣକାରି କହିଥିଲେ। ଏଥିପାଇଁ ସେମାନେ ସାଂସଦ ଓ ଜିଲ୍ଲା ପ୍ରଶାସନକୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.