Home ଓଡ଼ିଶା ହୀରାକୁଦ ଜଳଭଣ୍ଡାରରେ ଖୋଲାଗଲା ୧୮ଟି ଗେଟ୍

ହୀରାକୁଦ ଜଳଭଣ୍ଡାରରେ ଖୋଲାଗଲା ୧୮ଟି ଗେଟ୍

204

ସମ୍ବଲପୁର ୧୭।୮ (ଓଡ଼ିଆ ପୁଅ) : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଂକେତ ନିକଟତର ହୋଇଛି। ଏବେ ଡ୍ୟାମ୍ ର ୧୮ଟି ଗେଟ୍ ଖୋଲି ଦିଆଯାଇଛି। ସୂଚନା ମତେ ଗତକାଲି ପର୍ଯ୍ୟାୟକ୍ରମେ ଡ୍ୟାମ୍‌ର ୧୨ଟି ଗେଟ୍‌ ଖୋଲା ଯାଇଥିଲା। ଆଜି ପ୍ରଥମେ ୩ ଟି ଏବଂ ପରେ ୩ଟି ଗେଟ କୁ ଖୋଲି ଦିଆଯାଇଛି।

ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳଭଣ୍ଡାରରେ ୬୧୫.୯୩ ଫୁଟ୍ ପାଣି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.