Home ଜିଲ୍ଲା ପରିକ୍ରମା ଦୁଇ ଗୁରୁତର ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଚାଂଇଲେ ଦୁଇ ଯୁବକ

ଦୁଇ ଗୁରୁତର ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଚାଂଇଲେ ଦୁଇ ଯୁବକ

53

ମାଲକାନଗିରି,୨୧ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲରେ ଖଇରପୁଟ ବ୍ଲକସ୍ଥ ଦୁର୍ଗମ ବଣ୍ଡାଘାଟିର ସନିଆ ସିସା (୪୦) ନାମକ ଜଣେ ଗରିବ ବଣ୍ଡା ଆଦିମ ଆଦିବାସୀ ଯୁବକ ଓ କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ଗ୍ରାମର ପ୍ରକାଶ ସୋଡି(୨)ନାମକ ଜଣେ ଗରିବ ଆଦିବାସୀ ବାଳକ ଙ୍କୁ ଶନିବାର ରାତ୍ରରେ ଜରୁରୀ ରକ୍ତର ଆବଶ୍ୟକତା ପଡିଥିଲା । ଏହି ଦୁଇ ଗରୁତର ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଚାଂଇଛନ୍ତି ଅଜୟ ଜାନୀ ଓ ରାଜୁ କୋଡେ । ମାଲାକନଗିରି ଜିଲ୍ଲାହସପିଟାଲରେ ଖଇରପୁଟ ବ୍ଲକସ୍ଥ ଦୁର୍ଗମ ବଣ୍ଡାଘାଟିର ସନିଆ ସିସା (୪୦) ନାମକ ଜଣେ ଗରିବ ବଣ୍ଡା ଯୁବକଙ୍କର ଏବି ପଜିଟିଭ ଗୃପର ରକ୍ତ ନେବାର ଜରୁରୀ ଆବଶ୍ୟକ ପଡିଥିଲା, ଠିକ ସେହିପରି କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ଗ୍ରାମର ପ୍ରକାଶ ସୋଡି(୨ବର୍ଷ)ନାମକ ଜଣେ ଗରିବ ଆଦିବାସୀ ଶିଶୁ ଙ୍କର ମଧ୍ୟ ଏ ପଜିଟିଭି ଗୃପର ଜରୁରୀ ରକ୍ତର ଆବଶ୍ୟକତା ପଡିଥିଲା । ରକ୍ତ ଭଣ୍ଡାରରେ ଏହି ଦୁଇଟି ଗୃପ ରକ୍ତର ଅଭାବଥିବାରୁ ବାହରୁ ରକ୍ତ ଯୋଗାଡକରିବା ପାଇଁ ଡାକ୍ତରଖାନା କର୍ତୁପକ୍ଷ କହିଥିଲେ । ରାତିରେ ଏତେ ଶିଘ୍ର କେଉଁ ଠାରୁ ରକ୍ତ ଯୋଗାଡ କରିବେ ସେନେଇ ଚିନ୍ତିତ ହୋଇପଡିଥିଲେ ଦୁଇ ରୋଗୀଙ୍କ ପରିବାର । ଏ ଖବର ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର ମୁଖ୍ୟପରିଚାଳକ ସମାଜ ସେବୀ ବିନାଶ କୁମାର ମିଶ୍ର ଓ ଜୟମାଲକାନଗିରି ଗୃପ ଯୁବ ସଂଗଠନର ମୁଖ୍ୟ ରବିରାଜେଶ ଜାଣିବା ପରେ ସେ ସେ ଦୁଇଜଣ ଗୁରୁତର ରୋଗୀଙ୍କୁ ରକ୍ତ ଦେବାପାଇଁ ରକ୍ତଦାତାଙ୍କୁ ଖୋଜିଥିଲେ । ଭାଗ୍ୟକୁ ମାଲକାନଗିରି ବ୍ଲକସ୍ଥ ଏମଭି୪୨ ଗ୍ରାମର ଜଣେ ଆଦିବାସୀ ଯୁବକ ରୋଜୁକୋଡେ ଓ ମାଲକାନଗିରି ତଳସାହି ଗ୍ରାମର ଜଣେ ଆଦିବାସୀ ଯୁବକ ଅଜୟ ଜାନୀ ରକ୍ତଦାନ କରିବେ ବୋଲି ଆଗେଇ ଆସିଥିଲେ । ଜିଲ୍ଲା ରକ୍ତଭଣ୍ଡାରକୁ ଶନିବାର ରାତ୍ରରେ ସେ ଦୁଇ ଯୁବକ ଆସି ରକ୍ତ ଦାନକରିଥିଲେ । ଦୁଇ ଗରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଚାଂଇ ପାରିଥିବାରୁ ରକ୍ତଦାତା ଦୁଇ ଯୁବକଙ୍କୁ ରୋଗୀଙ୍କ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ସମୟରେ ରକ୍ତଭାଣ୍ଡାରରେ ରକ୍ତର ଅଭାବ ରହିଲେ ରୋଗୀଙ୍କୁ ରକ୍ତର ଆବଶ୍ୟକତା ପଡିଲେ ଜୟ ମାଲକାନଗିରି ଯୁବସଂଗଠନର ସଦସ୍ୟ ଓ ଆଓମା ସଂସ୍ଥାର ସଦସ୍ୟ ମାନେ ସେହି ରୋଗୀ ମାନଙ୍କୁ ରକ୍ତଦାନକରି ପ୍ରଶଂସାର ପାତ୍ର ହୋଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.