Home କନ୍ଧମାଳ ଦୁଇମାସର ନିର୍ମିତ ସିମେଣ୍ଟ ରାସ୍ତା ଭାଙ୍ଗିଗଲା ଦୁଇଦିନରେ: ନିମ୍ନମାନର ଅଭିଯୋଗ:ତଦନ୍ତ ଦାବି

ଦୁଇମାସର ନିର୍ମିତ ସିମେଣ୍ଟ ରାସ୍ତା ଭାଙ୍ଗିଗଲା ଦୁଇଦିନରେ: ନିମ୍ନମାନର ଅଭିଯୋଗ:ତଦନ୍ତ ଦାବି

108

ବାଲିଗୁଡା, ୨୧/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ବାଲିଗୁଡା ପଞ୍ଚାୟତ ସମିତି ତରଫରୁ ମିଡିଆକିଆ ପଞ୍ଚାୟତର ଚିଙ୍ଗିରି ଗାଁ ଠାରେ ଗତ ଦୁଇମାସ ତଳେ ନିର୍ମିତ ହୋଇଥିଲା ସିମେଣ୍ଟ କଂକ୍ରିଟି ରାସ୍ତା।ଏହାର ଅନୁଦାନ ପାଣ୍ଠି ଚତୁର୍ଦ୍ଧାଶ କେନ୍ଦ୍ରୀୟ ଅର୍ଥ ଯୋଜନାରେ ୨, ୫୦, ୦୦୦(ଦୁଇଲକ୍ଷ ପଚାଶ ହଜାର) ଟଙ୍କା ଅଟକଳ ପରିମାଣ ମଞ୍ଜୁରି କରାଯାଇଥିଲା।ଏହାର କାର୍ଯ୍ୟ ସମ୍ପାଦନାକାରୀ ନିଜେ ବିଭାଗୀୟ ଅଧିକାରିଙ୍କ ନାମରେ ନାମିତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ, ଏହି କଂକ୍ରେଟି ରାସ୍ତା ର କାମ ଅତି ନିମ୍ନମାନର ହୋଇଥିବା ଯୋଗୁଁ ମାତ୍ର ଦୁଇମାସ ତଳେ ଶେଷ ହୋଇଥିବା ରାସ୍ତାର କଂକ୍ରେଟି ଫାଟି ଭାଙ୍ଗି ନଷ୍ଟ ହୋଇ ପଡିଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ ମାନେ ବିନା ଦେଖାରେଖାରେ ଘରେ ବସି ପିସିନେଇ ବିଲ ପାସ କରୁଥିବା ଅଭିଯୋଗ ହୋଇଛି।ଗ୍ରାମାଞ୍ଚଳରେ ନିରୀହ ଆଦିବାସୀ ମାନେ ରହୁଥିବାରୁ ସେମାନଙ୍କୁ କମ ମଜୁରୀ ଦେଇ ମୋହରା କରି ତାଙ୍କ ଅଭିଯୋଗକୁ ଦବାଇ ଦିଆଯାଇ ବିନା ତଦନ୍ତରେ ବିଲ ପାସ କରୁଥିବା ଜଣାପଡିଛି।ଏହାର କାମ ମଧ୍ୟ ଜେଇ, ଜିଆରଏସ, ଭିଏଲଡ଼ବ୍ଲୁ ଏବଂ ବ୍ଳକ ଅଧିକାରୀ ଙ୍କ ନିକଟରେ ଲୋକଙ୍କୁ ଦିଆଯାଇ ନିଜ ପକେଟ ଗରମ କରାଯାଉଥିବା ଅଭିଯୋଗ ହେଉଛି।ଯାହାଫଳରେ କି ଫଳକକୁ ନ ଦେଖି ଆଖିବୁଜି ବିଭାଗୀୟ ଅଧିକାରୀ ମାନେ ବିଲ ପାସ କରୁଛନ୍ତି।ଫଳକରେ କାର୍ଯ୍ୟାରମ୍ଭ ଓ କାର୍ଯ୍ୟ ଶେଷ ତାରିଖ ନ’ ଦର୍ଶାଇ ବିଲ ପାସ ହେଲା କିପରି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି।କିଛି ଦିନ ତଳେ ଏଭଳି ଘଟଣା କେବଳ ଫଳକରେ ସୁଡ୍ରା ପଞ୍ଚାୟତର ଦୁନିତୀ ଖବର ବାରମ୍ବାର ବିଭିନ୍ନ ଖବର କାଗଜ, ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୈଣସି କାଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପହୋଇ ବସିରହିଥିବାରୁ ବାଲିଗୁଡା ବ୍ଳକରେ ଦିନକୁ ଦିନ ଦୁନିତୀ ବଢିବାରେ ଲାଗିଛି।କିଛି ଦିନ ତଳେ ବାଲିଗୁଡା ବ୍ଲକ କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତିର ଖବର ପ୍ରକାଶିତ ହୋଇଥିଲା, ତଥାପି କେଉଁ ଅଦୃଶ୍ୟ ଛତ୍ରଛାୟା ତଳେ ଏହି ସବୁ ପାଣିପରି ମିଳେଇ ଯାଇ କାର୍ଯ୍ୟାନୁଷ୍ଠାନ ହେଉନ ଥିବା ଯୋଗୁଁ ବୁଦ୍ଧିଯିବି ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ଦୁନୀତିରେ ଲିପ୍ତ ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ଅଞ୍ଚଳ ବାସୀ ଜିଲ୍ଲା ତଥା ରାଜ୍ୟ ପ୍ରସାଶନ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.