Home ଜିଲ୍ଲା ପରିକ୍ରମା ଦୁଇଟି ଗୋରୁ ଗାଡ଼ି ସହ ଶତାଧିକ ଗୋରୁ ଜବଦ

ଦୁଇଟି ଗୋରୁ ଗାଡ଼ି ସହ ଶତାଧିକ ଗୋରୁ ଜବଦ

40

ବାହାନଗା, ୮ା୩ (ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା୧୬ନଂ ଜାତୀୟ ରାଜପଥ ଶେରଗଡ଼ ଟୋଲ ଗେଟ ନିକଟରେ ୨ଟି ଗୋରୁ ବୋଝେଇ ଗାଡ଼ି ସହ ଶତାଧିକ ଗୋରୁ ଜବଦ ହୋଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୨ଟି ଗୋରୁ ବେଝେଇ ୧୦ଚକିଆ ଟ୍ରକ (ଓଆର ୦୫ଏକ୍ସ-୩୧୩୪ ) ଓ (ଓଡ଼ି ୦୫ଏଡବ୍ଳୁ-୨୯୪୫) ଗୋରୁ ବେଝେଇ ହୋଇ କଟକ ଆଡ଼ୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା । ଖବର ପାଇ ଖନ୍ତାପଡ଼ା ଥାନା ଆଇଆଇସି ସେରଗଡ଼ଫାଣ୍ଡିକୁ ଖବର ଦେଇଥିଲୋ । ଫଳରେ ସେରଗଡ଼ ଫାଣ୍ଡି ଅଧିକାରୀ କୃଷ୍ଣା ପିଙ୍ଗୁଆ ଓ ସହଯୋଗର ସେରଗଡ଼ ଟୋଲ ଗେଟ ନିକଟରେ ଜଗି ରହି ଗାଡ଼ି ଦୁଇଟିକୁ ଅଟକ ରଖି ଥାନାକୁ ଖବର ଦେଇଥିଲେ ।ଖବର ପାଇ ଖନ୍ତାପଡ଼ା ଥାନା ଅଧିକାରୀ ପରେଶ କୁମାର ରାଉତ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ୨ଟିକୁ ଥାନାକୁ ଆଣି ସେଥିରେ ଥିବା ଡ୍ରାଇଭର୨ଜଣ ଓ ହେଲପର ୨ଜଣ ଓ ୧ଜଣ ଏସକଟକୁ ଅଟକ ରଖିଛନ୍ତି । ସେଥିରେ ଚାଲାଣ ହେଉଥିବା ଗେଟିଏ ଗାଡ଼ିରେ ୬୨ଟି ଓ ଗୋଟିଏ ଗାଡ଼ିରେୁ ୪୦ଟି ଗୋରୁ ଗୁଡ଼ିକ ଉଦ୍ଧାର କରି ବାମପଦା ସ୍ଥିତ ଭାରତୀ ଗୋଶାଳାରେ ଛାଡ଼ି ଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.