Home Top News କେନ୍ଦ୍ରୀୟ କୋଲକାତାର ବହୁତଳବିଶିଷ୍ଠ କୋଠାରେ ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ

କେନ୍ଦ୍ରୀୟ କୋଲକାତାର ବହୁତଳବିଶିଷ୍ଠ କୋଠାରେ ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ

24

କୋଲକାତା ୮-୩ (ଓଡ଼ିଆ ପୁଅ) ସୋମବାର ସନ୍ଧ୍ୟାରେ କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ରେଳବାଇର ଗୃହ କାର୍ଯ୍ୟାଳୟର ଏକ ବହୁ ମହଲା କୋଠାର ୧୩ ତମ ମହଲାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।

ବରିଷ୍ଠ ମନ୍ତ୍ରୀ ଏବଂ ପୋଲିସ ଅଧିକାରୀମାନେ ସେଠାରେ ଅଛନ୍ତି ଯେଉଁଠାରେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚାଲିଛି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତିଯେ, ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅତି କମରେ ୧୦ ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ। ସେ କହିଛନ୍ତି ଯେ ସନ୍ଧ୍ୟା ୬:୧୦ ରେ ଅଗ୍ନିକାଣ୍ଡ ଘଟିଥଲା।

ପୂର୍ବ ରେଳବାଇ ଏବଂ ଦକ୍ଷିଣ ପୂର୍ବ ରେଳବାଇ ଦ୍ୱାରା ଅଂଶୀଦାର ହୋଇଥିବା ନୂତନ କୋଇଲାଘାଟ ବିଲଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି।

ଏହି ବିଲଡିଂରେ ଦୁଇଟି ଜୋନାଲ ରେଳବାଇର କାର୍ଯ୍ୟାଳୟ ରହିଛି।

କୋଲକାତା ପୋଲିସ ଅଧିକାରୀ କହିଛନ୍ତି ଯେ ନିଆଁକୁ ଆୟତ୍ତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଷ୍ଟ୍ରାଣ୍ଡ ରୋଡରେ ଟ୍ରାଫିକ ବନ୍ଦ ହୋଇଥିଲା। ସେ କହିଛନ୍ତି, “ନିଆଁକୁ ଆୟତ୍ତ କରାଯାଇଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.