Home ଜିଲ୍ଲା ପରିକ୍ରମା ଦୁଇଟି କିଡନି ହରାଇ ଅସହାୟ ଅଜୟ – ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଦୁଇଟି କିଡନି ହରାଇ ଅସହାୟ ଅଜୟ – ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

26

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଟି ଯାକ କିଡନି ହରାଇ ଅସହାୟ ହୋଇ ପଡ଼ିଛନ୍ତି ଧାମନଗର ବ୍ଳକ ବହୁଦରଡ଼ା ବିଷ୍ଣୁପୁର ଗ୍ରାମର ଅଜୟ କୁମାର ସାହୁ। ୨୦ ବର୍ଷର ଅବିବାହିତ ଯୁବକ ଅଜୟ ପିତୃମାତ୍ୟହୀନ। ତାଙ୍କ ଦେଖା ଶୁଣା କରିବାକୁ ଏବେ କେହି ନାହିଁ। ଏହାବ୍ୟତୀତ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କ ଚିକିତ୍ସା ପାଇଁ ଏବେ ଅର୍ଥ ପ୍ରତିବନ୍ଧକ ସାଜିଛି। ତେଣୁ ସେ ଆର୍ଥୀକ ସହାୟତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିବେଦନ କରିଛନ୍ତି। ଶ୍ରୀ ସାହୁଙ୍କ କହିବାନୁଯାୟୀ, ପିତାଙ୍କ ମୃତ୍ୟୁ ପରେ ସେ ଏକ ପେଟ୍ରୋଲ ପମ୍ପରେ କାମ କରି ପେଟ ପୋଷୁଥିଲେ। ୫ ମାସ ପୂର୍ବେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇ ପଡ଼ିବାରୁ ସେ ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ପରୀକ୍ଷା ପରେ ଜଣାପଡ଼ିଥିଲା ତାଙ୍କର ଦୁଇଟି ଯାକ କିଡନି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ କଲେଜରୁ ଚିକିତ୍ସିତ ହୋଇ ଫେରିବା ପରେ ଏବେ ତାଙ୍କର ଜିଲ୍ଲା ଚିକିତ୍ସାଳୟରେ ନିୟମିତ ଭାବେ ଡାଏଲିସିସ ଚାଲିଛି। କିନ୍ତୁ ତାଙ୍କୁ ଲେଖାଯାଇଥିବା ଔଷଧ ନିରାମ କିମ୍ବା ଜନୌଷଧି କେନ୍ଦ୍ରରେ ଉପଲବ୍ଧ ନାହିଁ। ଏହି ଔଷଧ ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାରୁ ସେ ଠିକ ଭାବରେ ଔଷଧ ଖାଇ ପାରୁ ନାହାନ୍ତି। ୨ଟି ଯାକ କିଡନୀ ନଷ୍ଟ ହୋଇଯାଇଥିବାରୁ ସେ କୌଣସି ଭାରି କାମ କରି ପାରୁନାହାନ୍ତି। ତେଣୁ ବଞ୍ଚିବାର ଆଶା ନେଇ ଅଜୟ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.