Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଚାଷୀଙ୍କ ପାଇଁ କୃଷିଭିତ୍ତିକ ତାଲିମ ପରିଭ୍ରମଣ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଚାଷୀଙ୍କ ପାଇଁ କୃଷିଭିତ୍ତିକ ତାଲିମ ପରିଭ୍ରମଣ

20

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟ ପାରିପାଶ୍ୱର୍ରେ ଦ୍ୱୈତ ‘ଫସଲ, ଉଦ୍ୟାନ କୃଷି ଓ ଉତ୍କୃଷ୍ଟ ‘ଫସଲ ଉତ୍ପାଦନରେ ଚାଷୀମାନଙ୍କୁ ସକ୍ଷମ କରିବା ଦିଗରେ, ଆଦାନୀ ‘ଫାଉଣ୍ଡେସନ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି। ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସହିତ ପରିଚୟ କରିବା ସହିତ ସରକାରୀ, ବେସରକାରୀ ଏବଂ ଅନ୍ୟାନ୍ୟ ସଂଗଠନ ସହଯୋଗରେ ଅନ୍‌ସାଇଟ, ଶ୍ରେଣୀଗୃହ ଏବଂ ସାଂଗଠନିକ ଭିତିକ ବିକାଶ କାର୍ଯ୍ୟକ୍ରମ ଯୋଗାଇ ଦିଆଯାଉଅଛି। ଧାମରା ପୋର୍ଟର ୯ଟି ପଂଚାୟତର ୪୫ ଜଣ ଚାଷୀଙ୍କୁ ଗୋପାଳପୁର, ବ୍ରହ୍ମପୁରସ୍ଥିତ ଟାଟା ଷ୍ଟିଲ ‘ାଉଣ୍ଡେସନ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦ୍ର ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର (ସିଏଚ୍‌ଇଏସ୍‌)କୁ ଏକ ତାଲିମ ଭିତିକ ପରିଭ୍ରମଣ କାର୍ଯ୍ୟକ୍ରମରେ ନିଆଯାଇଥିଲା। ବ୍ରହ୍ମପୁରସ୍ଥିତ କରାପଲ୍ଲୀ କୃଷକ ତାଲିମ କେନ୍ଦ୍ରରେ ଟାଟା ଷ୍ଟିଲ ‘ଫାଉଣ୍ଡେସନଠାରେ ପ୍ରାରମ୍ଭିକ ଭାବେ ଚାଷୀମାନେ ଜଳବାୟୁ ସ୍ଥିର କୃଷି ପ୍ରକଳ୍ପ ବିଷୟରେ ଜାଣିବା ସହିତ କୃଷକମାନେ ସୌର ଚାଳିତ ଜଳସେଚନ ପ୍ରକଳ୍ପ, ପଲିହାଉସ ଅନ୍ତର୍ଗତ ଡଚ୍ ରୋଜର ନିୟନ୍ତ୍ରିତ ଚାଷ, ଛତୁ ଚାଷ, ଦୁଗ୍ଧ ଉତ୍ପାଦନ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ। ଟାଟା ଷ୍ଟିଲ ସିଏସ୍‌ଆର୍ ପ୍ରକଳ୍ପ ପରିଦର୍ଶନ ପରେ ପରେ ଚାଷୀମାନଙ୍କୁ ଭୁବନେଶ୍ୱରସ୍ଥିତ କେନ୍ଦ୍ର ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର(ସିଏଚ୍‌ଇଏସ୍‌)କୁ ପରିଦର୍ଶନରେ ନିଆଯାଇଥିଲା, ଯେଉଁଠାରେ ସିଏଚ୍‌ଇଏସ୍‌ର ମୁଖ୍ୟ ଏବଂ ପ୍ରମୁଖ ବୈଜ୍ଞାନିକ ଡଃ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଏବଂ ସିଏଚ୍‌ଇଏସ୍‌ର ବୈଷୟିକ ଅଧିକାରୀ ଶ୍ରୀ ମନୋଜ ପଟ୍ଟନାୟକ ଚାଷୀମାନଙ୍କୁ ଜଳବାୟୁ ଅନୁକୂଳ ଉଦ୍ୟାନ କୃଷି ଯେପରିକି ସପୁରୀ, ହଳଦୀ, ଅଦା, ଡ୍ରାଗନ ‘ଫ୍ରାୁଟ ଚାଷ, ବିଭିନ୍ନ କିସମର ଆମ୍ବ ବଗିଚା ସୃଷ୍ଟି କରିବା ଆଦି ବିଷୟରେ ତାଲିମ ଦେଇଥିଲେ। ଚାଷୀମାନଙ୍କୁ ବର୍ଷସାରା ସିଏଚ୍‌ଇଏସ୍ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ତାଲିମ ସୁଯୋଗ ବିଷୟରେ ମ୍ମ ଜ୍ଞାନ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଭୁବନେଶ୍ୱରସ୍ଥିତ ସିଏଚ୍‌ଇଏସ୍ ଏବଂ ଇଷ୍ଟିଚ୍ୟୁଟ୍ ଅ‘୍ ମ୍ୟାନେଜମେଂଟ କୃଷି ସମ୍ପ୍ରସାରଣ (ଇମେଜ) ଦ୍ୱାରା ପରିଚାଳିତ ତାଲିମ କାର୍ଯ୍ୟକ୍ରମ ମା୍ମମରେ ସ୍ଥାନୀୟ କୃଷକଙ୍କ ଦକ୍ଷତା ବୃଦ୍ଧିରେ ଏହି ପରିଦର୍ଶନ ଆଦାନୀ ‘ାଉଣ୍ଡେସନ ପାଇଁ ନୂତନ ରାସ୍ତା ଦେଖାଇଛି।ଏଠାରେ ଉଲ୍ଲେଖନୀୟ ଯେ, ୨୦୧୯-୨୦ ଆର୍ôଥକ ବର୍ଷରେ ଆଦାନୀ ‘ାଉଣ୍ଡେସନ ସହାୟତାରେ ୪୫ ଜଣ ଚାଷୀଙ୍କୁ ନେଇ ପିପିଲିସ୍ଥିତ ଦାଣ୍ଡମୁକୁନ୍ଦପୁରର ମା’ ମାଟି ତାଲିମ କେନ୍ଦ୍ର ଯେଉଁଠାରେ ଭଦ୍ରକ ଜିଲା ବାସୁଦେବପୁରର ରତିକାନ୍ତ ସାହୁଙ୍କ ଦ୍ୱାରା ବିକଶିତ ବ୍ୟବସାୟଭିତିକ ତଥା ପନିପରିବାର ଜୈବିକ ଉଦ୍ୟାନକୃଷି କେନ୍ଦ୍ରକୁ ତାଲିମ ଭିତିକ ପରିଦର୍ଶନରେ ନିଆଯାଇଥିଲା। ଆଦାନୀ ‘ଫାଉଣ୍ଡେସନ, କେଭିକେ ସହଯୋଗରେ ଚାଷୀମାନଙ୍କୁ ସିଧାସଳଖ ବୈଷୟିକ ଜ୍ଞାନ, ବିହନ ଏବଂ ଚାଷରେ ଉତ୍କୃଷ୍ଟ ପ୍ରୟୋଗ ସମ୍ବନ୍ଧୀୟ ତାଲିମ ଏବଂ ଦକ୍ଷତା ବିକାଶକୁ ବ୍ୟାପକ କରିଆସୁଅଛି। ରାଜ୍ୟ ଯୋଜନା ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷରେ, ୧୫୦ ଏକର ଜମିରେ ଧାଡ଼ିରେ ଧାନରୁଆ କରି ୯୯ ଜଣ ଚାଷୀ ଉପକୃତ ହୋଇ ପାରିଛନ୍ତି ଏବଂ ବିଜିଆର୍‌ଇଆଇ ଯୋଜନାରେ ୪୪୦ ଚାଷୀ ୨୦୨୦-୨୧ ଆର୍ôଥକ ବର୍ଷରେ ଉପକୃତ ହୋଇ ପାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.