Home Top News ଦୀପାବଳିରେ ପୁରୀରେ ଗର୍ଜିଲା ବନ୍ଧୁକ

ଦୀପାବଳିରେ ପୁରୀରେ ଗର୍ଜିଲା ବନ୍ଧୁକ

39

ପୁରୀ ୨୫-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦୀପାବଳିରେ ଗର୍ଜିଲା ବନ୍ଧୁକ। ପୂରୀ ଚନ୍ଦନପୁରରେ ଗୁଳିମାଡ଼। ଜଣେ ମୃତ ଜଣେ ଗୁରୁତର ଆହତ। ପୁରୀ ଚନ୍ଦନପୁର ଥାନା ଅଧିନରେ ଘଟିଛି ଏହି ଘଟଣା। ମୃତକ ହେଉଛନ୍ତି ଶଙ୍କର ବେହେରା। ଗୁରୁତର ଆହତ ନିଲୁ ବରାଳ। ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସର ଛାନଭିନ୍ କରୁଛି। ତେବେ ପୁର୍ବ ଶତୃତାକୁ ନେଇ ହୋଇଛି ଗୁଳିକାଣ୍ଡ। ଚନ୍ଦନପୁରର ଭାର୍ଗବୀ ହାଇସ୍କୁଲ ନିକଟରେ ଏହି ଘଟଣା ଘଟିଛି। ତେବେ ଗତକାଲି ପିପିଲି ମଧ୍ୟ ଗୁଳିକାଣ୍ଡ ହୋଇ ଜଣେ ଯୁବକ ଆହତ ହୋଇ ଥିଲେ। ତେବେ ପୁରୀରେ ଦୁଇଟି ଗୁଳିକାଣ୍ଡ ଏବେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଚୋରା ବନ୍ଧୁକ କାରବାର ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.