Home ଜିଲ୍ଲା ପରିକ୍ରମା ଦୀକ୍ଷିତ କଲୋନୀ ଦୂଷିତ ଜଳ ନିଷ୍କାସନ ନିମନ୍ତେ ଦାବି

ଦୀକ୍ଷିତ କଲୋନୀ ଦୂଷିତ ଜଳ ନିଷ୍କାସନ ନିମନ୍ତେ ଦାବି

15

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ୧୩ ନଂ ୱାର୍ଡ ଜିଲ୍ଳାପାଳଙ୍କ ନୂତନ କାର୍ଯ୍ୟାଳୟ ପଶ୍ଚିମ ପାଶ୍ୱାର୍ ତଥା ଫୁଲ ମାକେର୍ଟ ନିକଟବର୍ତ୍ତୀ ଦୀକ୍ଷିତ କଲୋନୀରେ ବର୍ଷାଜଳ, ବସ୍ତିରୁ ନିଷ୍କାସିତ ଦଳଷିତ ଜଳ ଦୀର୍ଘ ଦିନ ଧରି ଜମା ହୋଇ ରହିଥିବାରୁ ଏହି ଅଞ୍ଚଳ ଦୂଷିତ ହେବା ସହିତ ପଚା ଗନ୍ଧରେ କଲୋନୀ ବାସିନ୍ଦା ଅତିଷ୍ଠ ହୋଇ ପଡ଼ିଛନ୍ତି । ଲୋକେ ନାନାଦି ରୋଗରେ ପୀଡିତ ହେଉଛନ୍ତି । ଏ ନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ମୌଖିକ ଓ ଲିଖିତ ଅଭିଯୋଗ କରାଯାଇ ଆସୁଛି । ମାତ୍ର କିଛି ସୁଫଳ ମିଳୁ ନାହିଁ । ୨୦୧୯-୨୦ ଆର୍ôଥକ ବର୍ଷରେ ଭଦ୍ରକ ବିଧାୟକଙ୍କ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଡ୍ରେନ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଡ୍ରେନର ସଂଯୋଗ ସ୍ଥଳରେ ଏକ ଜବରଦଖଲ ଥିବାରୁ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ । ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ଆର୍ ଆଣ୍ଡ ବି ବିଭାଗ ପକ୍ଷରୁ ଡ୍ରେନ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରିହିଛି । ଯେଉଁଥିରେ ଗାଇଗୋରୁଙ୍କ ସମେତ ମଣିଷ ଗଳିପଡ଼ିବାର ସମ୍ଭାବନା ଥିବାରୁ କଲୋନୀବାସୀ ଆତଙ୍କରେ ଅଛନ୍ତି । ପୁଣି ସବୁ ସମୟରେ ପଚା ଜଳ ଜମି ରହିବାରୁ ପରିବେଶ ଦୂଷିତ ହେଉଛି । କରୋନା ରୋଗର ଅଧିକ ସମ୍ଭବନା ଦେଖା ଦେଉଛି । ପ୍ରକାଶ ଥାଉକି ଉକ୍ତ କାରଣରୁ କରୋନାରେ ପୀଡିତ ହୋଇ କଲୋନୀର ମଦନ ଦୀକ୍ଷିତଙ୍କର ଦେହାନ୍ତ ମଧ୍ୟ ହୋଇ ଯାଇଛି । କଲୋନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବଢି ଚାଲିଛି । ତୁରନ୍ତ ଡ୍ରେନକାର୍ଯ୍ୟ ସମ୍ପୂର୍ଣ୍ଣ କରି ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଆଇନଜୀବୀ ଅର୍ଜୁନ ଚରଣ ମଲ୍ଲିକ, ପ୍ରଦୀପ କୁମାର ଦାସ, ରାଜକିଶୋର ସାହୁ, ବିଦ୍ୟାଧର ପତି, ଦେବାଶିଷ ମିଶ୍ର ପ୍ରମୁଖ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଏଥିରେ ହସ୍ତକ୍ଷେପ କରିବାକୁ କଲୋନୀ ବାସିନ୍ଦା ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.