Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ସୈରାତ ରଦ୍ଦ ପାଇଁ ବୁଧବାର ଜିଲାପାଳଙ୍କ କୋର୍ଟରେ ହେବ ଶୁଣାଣୀ

ଜଗନ୍ନାଥପ୍ରସାଦ ସୈରାତ ରଦ୍ଦ ପାଇଁ ବୁଧବାର ଜିଲାପାଳଙ୍କ କୋର୍ଟରେ ହେବ ଶୁଣାଣୀ

26
bdr

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ତହସିଲ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସୈରାତର ନିଲାମ ରଦ୍ଦ ପାଇଁ ଆଗତ ଆବେଦନର ଶୁଣାଣୀ ଆଗାମୀ ବୁଧବାର ଜିଲ୍ଲାପାଳଙ୍କ କୋର୍ଟରେ ହେବାକୁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଗତ ୨୩ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ସୁଧିର ଚନ୍ଦ୍ର ଜେନା, ଅକ୍ଷୟ କୁମାର ତ୍ରିପାଠୀ, ସଞ୍ଜିବ ପରିଡା ପ୍ରମୁଖ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଦେବନ କରିଥିଲେ । ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ପକ୍ଷରୁ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟିକୁ ନୋଟିସ ମାଧ୍ୟମରେ ଅବଗତ କରାଯାଇ ପୂର୍ବାହ୍ନରେ ସମସ୍ତ କାଗଜାତ ସହ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି । ଏଥିପାଇଁ କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.