Home Top News ଦିଲ୍ଲୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସା : ଅନେକ ପୋଲିସ୍ କର୍ମୀ ଆହତ

ଦିଲ୍ଲୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସା : ଅନେକ ପୋଲିସ୍ କର୍ମୀ ଆହତ

28

ନୂଆ ଦିଲ୍ଲୀ ୧୬-୪ (ଓଡ଼ିଆ ପୁଅ) ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ପଥର ଫିଙ୍ଗିବା କାରଣରୁ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିବା ଖବର ଆସୁଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଦିଲ୍ଲୀ ପୋଲିସ କହିଛି ଯେ ଜାହାଙ୍ଗୀରପୁରୀରେ ଏହି ଶୋଭାଯାତ୍ରାରେ ଏହି ହିଂସା ଦେଖାଦେଇଛି। ଏହି ଶୋଭାଯାତ୍ରାରେ ଚାଲୁଥିବା ଲୋକଙ୍କ ଉପରେ ପଥର ଫିଙ୍ଗିବା ଏବଂ ଚୋଟମୋଟ ଅଗ୍ନିକାଣ୍ଡ ଘଟିଥିବାର ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ପୋଲିସ୍ କହିଛି। ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.