Home Top News ଦିଲ୍ଲୀରେ ପୁଣି ଏକ ଅଗ୍ନିକାଣ୍ଡ : ୯ ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ

ଦିଲ୍ଲୀରେ ପୁଣି ଏକ ଅଗ୍ନିକାଣ୍ଡ : ୯ ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ

41

ନୂଆ ଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ସୋମବାର ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳର ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ନଅଟି ଦମକଳ ଘଟଣାସ୍ଥଳରେ ପହଁଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସୋମବାର ରାତି ୮.୩୦ ରେ ପୋଲିସକୁ ଏହି ସୂଚନା ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦମକଳଗାଡ଼ି ପଠାଯାଇଥିଲା।

ବର୍ତ୍ତମାନ ଘଟଣାସ୍ଥଳରେ ବହୁ ବଡ଼ଧରଣର ଧୂଆଁ ଦେଖାଯାଉଛି। ନିଆଁ ଲିଭାଇବାକୁ ଚେଷ୍ଟା କରାଯାଉଛି। ବର୍ତ୍ତାମାନ ପର୍ଯ୍ୟନ୍ତ କୌଣସି ହତାହତର ଖବର ଆସିନାହିଁ।

ସୂଚନାଯୋଗ୍ୟଯେ, ନିକଟରେ କିଛିଦିନ ତଳେ ମୁଣ୍ଡକା ମେଟ୍ରୋ ଷ୍ଟେସନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.