Home ଓଡ଼ିଶା ଦିଲ୍ଲୀରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଆରମ୍ଭ : NPR ଅପଡେଟ କରିବାପାଇଁ ମିଳିପାରେ ମଞ୍ଜୁରୀ

ଦିଲ୍ଲୀରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଆରମ୍ଭ : NPR ଅପଡେଟ କରିବାପାଇଁ ମିଳିପାରେ ମଞ୍ଜୁରୀ

372

ନୂଆ ଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) କେନ୍ଦ୍ରୀୟ କ୍ୟାବିନେଟ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ବୈଠକରେ ୨୦୨୧ ର ଜନଗଣନା ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ଅର୍ଥାତ୍ NPR କୁ ଅପଡେଟ କରିବା ପାଇଁ ମିଳିପାରେ ମଞ୍ଜୁରୀ। ଏହି ଦୁଇଟି କାମ ପାଇଁ କ୍ୟାବିନେଟ ପ୍ରାୟତଃ ୮୫୦୦ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ ଦେଇପାରନ୍ତି।

ନାଗରିକତା ଆଇନ୍ ଏବଂ ଏନଆରସି ଉପରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ରାଜଧାନୀ ଦିଲ୍ଲୀରେ କେନ୍ଦ୍ରୀୟ କ୍ୟାବିନେଟର ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକ ପ୍ରାୟତଃ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

ସରକାରଙ୍କର ଅଧିସୂଚନା ମୁତାବକ, ଏଥର ମଧ୍ୟ ଏନପିଆର ପାଇଁ ସଂଖ୍ୟା ଏକତ୍ର କରିବାର କାମ ୨୦୨୦ ୧ ଅପ୍ରିଲ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କରାଯିବ। ଏନପିଆର ଅର୍ଥାତ୍ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟରରେ ନାଗରିକଙ୍କର ଯେଉଁ ସୂଚନା ଦିଆଯିବ ତାହା ସ୍ଵଘୋଷିତ ହେବ।

ଅଲ ଇଣ୍ଡିଆ ମୁଲସିମ୍ ଲିଗ୍ ର ମୁଖ୍ୟ ଅସଦୁଦ୍ଦୀନ ଓବେସୀ ଅଭିଯୋଗ ଲଗାଇଛନ୍ତି କି ମୋଦୀ ସରକାର ଏନପିଆର ଜରିଆରେ ଏନଆରସି ଲାଗୁ କରାଇବାପାଇଁ ପ୍ରସ୍ତୁତି କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.