Home Top News ଦିଲ୍ଲୀକୁ ୟେଲୋ ଆଲର୍ଟ: ୪ ଡିଗ୍ରୀ ତଳକୁ କମିଲା ତାପମାତ୍ରା, ଶୀତରେ ଥରୁଛି ଦିଲ୍ଲୀ

ଦିଲ୍ଲୀକୁ ୟେଲୋ ଆଲର୍ଟ: ୪ ଡିଗ୍ରୀ ତଳକୁ କମିଲା ତାପମାତ୍ରା, ଶୀତରେ ଥରୁଛି ଦିଲ୍ଲୀ

34

ନୂଆଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଜାତୀୟ ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ପାଖାପାଖି ୪ ଡିଗ୍ରୀ ରେକର୍ଡ କରାଯାଇଛି।

ସୋମବାର ଦିନ ଦିଲ୍ଲୀରେ ଦିନର ତାପମାତ୍ରା ପ୍ରାୟ ୧୯ ଡିଗ୍ରୀ ସେଲସିୟସ ହେବ କାରଣ ପବନର ବେଗ ହ୍ରାସ ପାଉଛି। ଭାରତ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜାତୀୟ ରାଜଧାନୀରେ ରାତିର ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଉପରେ ରହିବ।

ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ ସମେତ ଅନ୍ୟ ଉତ୍ତର ଭାରତରେ ପ୍ରବଳ ଥଣ୍ଡାର ଲହର ପ୍ରବାହିତ ହେଉଛି।
ଚଳିତ ଶୀତରେ ପ୍ରଥମ ଥର ପାଇଁ ତାପମାତ୍ରା ଚାରି ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଯଦିଓ ଦିଲ୍ଲୀର ବେସ ଷ୍ଟେସନ ସଫଦରଜଙ୍ଗ ରବିବାର ସକାଳେ ୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଏହା ଜାଫରପୁରରେ ୩.୩ ଡିଗ୍ରୀ ଏବଂ ଲୋଧି ରୋଡରେ ୩.୬ ଡିଗ୍ରୀକୁ ଖସିଛି।

ଉଭୟ ରାଜଧାନୀ ପାଇଁ ରବିବାର ଏବଂ ସୋମବାର ପାଇଁ ପାଣିପାଗ ବିଭାଗ ୟେଲୋ ସତର୍କ ସୂଚନା ଜାରି କରିଛି।

IMD ର ପାଣିପାଗ ବିଭାଗ ତରଫରୁ କୁହାଯାଇଛିଯେ, ଡିସେମ୍ବର ୨୪ କିମ୍ବା ୨୫ ରେ ବର୍ଷା ହେବାର ସମ୍ଭାବନା ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.