Home Top News ଆଜି ୪ଟି ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ର ଶୁଭାରମ୍ଭ

ଆଜି ୪ଟି ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ର ଶୁଭାରମ୍ଭ

27

ଭୁବନେଶ୍ୱର ୨୦-୧୨ (ଓଡ଼ିଆ ପୁଅ) ଆଜି ୪ଟି ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ର ଶୁଭାରମ୍ଭ ହେବ।
ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟଚ୍ଚନାୟକ ପ୍ରଥମ କରି ୪ଟି ଉପାନ୍ତ ଜିଲ୍ଲା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଯେତେ ଜଟିଳ ରୋଗ ହେଲେ ବି ଏବେ ଲୋକଙ୍କୁ ନିଜ ଜିଲ୍ଲାରେ ମିଳିବ ସୁପର ସ୍ପେସିଆଲିଟି ଚିକିତ୍ସା ସେବା।

ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା। ଏବେ ଖୁବ ଶୀଘ୍ର ରୋଗୀଙ୍କ ପାଖରେ ପହଞ୍ଚିବେ ଡାକ୍ତର। ଆଉ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଆସିବାକୁ ପଡିବନି ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲ।

ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଯୋଜନାର ଉଦଘାଟନ କରିବେ।

ଭୁବନେଶ୍ବର ବିମାନବନ୍ଦରରୁ ଏହି ସେବା ଆରମ୍ଭ ହେବ। ଏହି ସେବାରେ ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ମାନକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡାବାସୀ ନିଜ ଜିଲ୍ଲାରେ ଚିକିତ୍ସା ସୁବିଧା ପାଇବେ। ବିମାନରେ ଡାକ୍ତର ଜିଲ୍ଲାରେ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇବେ। ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀଙ୍କୁ ଭୁବନେଶ୍ବର, କଟକ ସହରକୁ ଆସିବାକୁ ପଡୁଥିଲା। ଅଜଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ପରିବାର ଲୋକ ମଧ୍ୟ ଅସୁବିଧା ଭୋଗୁଥିଲେ। ହେଲେ ଏହି ସେବା ଦ୍ବାରା ରୋଗୀ ନୁହେଁ ଡାକ୍ତର ରୋଗୀଙ୍କ ପାଖରେ ପହଞ୍ଚିବେ।

ଏହି ସ୍ବାସ୍ଥ୍ୟ ସେବାରୁ ଦୁର୍ଗମ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ମୁଖ୍ୟ ଲକ୍ଷ୍ୟ ରହିଛି। ଅପହଞ୍ଚ ଇଲାକାର ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ବିଶେଷଜ୍ଞ ଡାକ୍ତରୀ ଟିମ ସେଠାରେ ପହଞ୍ଚି ଚିକିତ୍ସା କରିବେ। ଦରକାର ପଡିଲେ ରୋଗୀଙ୍କୁ ଏୟାର ଲିଫ୍ଟ କରଯାଇ କଟକ, ଭୁବନେଶ୍ବର ଅଣାଯିବ।

ସୂଚନାଯୋଗ୍ୟଯେ, ନିକଟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ରାଜ୍ୟ ସରକାର। ମାଲକାନଗିରିରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.