Home ଉପ ନିର୍ବାଚନ ଦିନକରେ ୧୪ ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କ ମାରାଥନ୍ ପ୍ରଚାର

ଦିନକରେ ୧୪ ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କ ମାରାଥନ୍ ପ୍ରଚାର

48

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ କ୍ରମଶଃ ଜୋରଦାର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଜି ପ୍ରଥମଥର ପାଇଁ ସଦର ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳକୁ ଯାଇ ମାରାଥନ୍ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ସେ ଚାନ୍ଦିପୁର, ଶ୍ରୀକୋଣା, ପାତ୍ରପଡ଼ା, ବଇଁଚା, ସିନ୍ଧିଆ, ଓଲନ୍ଦାସାରଗାଁ, ଗୋପୀନାଥପୁର, ପରିଖି, ଦୁବୁଲାଗଡ଼ି, ବାହାବଳପୁର, ଛାନୁଆ, ପଞ୍ଚୁପନା, ସାର୍ଥା ଅଲୁମେଦା ପ୍ରଭୃତି ପଞ୍ଚାୟତରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ସଦର ନିର୍ବାଚନମଣ୍ଡଳୀର ବିକାଶକୁ ବିଜେଡି ସବୁବେଳେ ଅଗ୍ରାଧିକାର ଦେଇ ଆସିଥିବା ବେଳେ ଚଳିତ ନିର୍ବାଚନରେ ତାଙ୍କୁ ଅଧିକ ମାତ୍ରାରେ ସମର୍ଥନ ପାଇଁ ସେ ନିବେଦନ କରିଥିଲେ। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ରାଜ୍ୟସ୍ତରୀୟ ନେତାମାନେ ଏହି ପ୍ରଚାର କାର୍ଯ୍ୟରେ ଯୋଗଦେଇ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ସାଙ୍ଗକୁ ନିର୍ମଳ ଭାବମୂର୍ତ୍ତିକୁ ଗୁରୁତ୍ୱ ଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେଇ ବିଜୟୀ ପାଇଁ ନିବେଦନ କରିଥିଲେ। ସେହିଭଳି ବିଜେଡି ପକ୍ଷରୁ ପୌରାଞ୍ଚଳର ୨୪ ନଂୱାର୍ଡ଼େ ଏକ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା। ପୂର୍ବତନ କାଉନସିଲର ମୀନା ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ରାଜ୍ୟସଭା ସାଂସଦ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ବିଜେଡି ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ସମାଜସେବୀ ସୁବାସିନୀ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଉମିଲତା ଦାସ, ପୂର୍ବତନ ପୌରପାଳ ଆଲୋକ ସାହୁ, ବିଜେଡିର ମହିଳା ନେତ୍ରୀ ରଂଜିତା ମହାପାତ୍ର ପ୍ରମୁଖ ଯୋଗଦେଇ ସହର ତଥା ଜିଲ୍ଲାର ବିକାଶ ଏବଂ ପ୍ରତ୍ୟେକଟି ସମସ୍ୟାର ସାମାଧାନ ପାଇଁ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.