Home Coronavirus Outbreak ଦିନକରେ ଚିହ୍ନଟ ୧୦୩ ପଜିଟିଭ୍ ୪୬୩୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

ଦିନକରେ ଚିହ୍ନଟ ୧୦୩ ପଜିଟିଭ୍ ୪୬୩୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

50

ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩, ୭୪୮ ଜଣ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫ହଜାର ୧୩୦ରେ ପହଞ୍ଚିିଛି। ଅନ୍ୟପକ୍ଷରେ ଆଜି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଅଦ୍ୟାବଧି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୮୦ ଛୁଇଁଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରର ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୧୦୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୬୩୦ରେ ପହଞ୍ଚିଛି। ଆଜିସୁଦ୍ଧା ଜିଲ୍ଲାରେ ୩୭୨୫ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୮୮୬ ଜଣ ଆକ୍ରାନ୍ତ ଏବେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୧୪ରେ ସ୍ଥିର ରହିଛି। ତେବେ ବ୍ଲକ ତୁଳନାରେ ବାଲେଶ୍ୱର ପୌରାଞ୍ଚଳରେ ବଢ଼ୁଥିବା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ସେହିଭଳି ଜିଲ୍ଲାର ଗୋଟିଏ ଗୋଟିଏ ଅଞ୍ଚଳରେ ଏକକାଳୀନ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ସ୍ଥାନୀୟ ସଂକ୍ରମଣକୁ ସଙ୍ଗୀନ ସ୍ଥିତିରେ ପଞ୍ଚାଇବାର ଆଶଙ୍କା ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.