Home ଜାତୀୟ ଦାଦନ ଶ୍ରମିକର ଯନ୍ତ୍ରଣା ନଦୀରେ ଡଙ୍ଗାବୁଡି ୬ ମୃତ,୨ନିଖୋଜ ୩ ଉଦ୍ଧାର

ଦାଦନ ଶ୍ରମିକର ଯନ୍ତ୍ରଣା ନଦୀରେ ଡଙ୍ଗାବୁଡି ୬ ମୃତ,୨ନିଖୋଜ ୩ ଉଦ୍ଧାର

101

ମାଲକାନଗିରି,୨୫ା୫ (ଓଡିଆ ପୁଅ ) ପେଟପାଇଁ ତେଲାଙ୍ଗାନା ରାଜ୍ୟକୁ ଦାଦାନ ଖଟିବାକୁ ଚିତ୍ରକୋଣ୍ଡା ଅଚଂଳରୁ ଆଦିବାସୀ ଲୋକେ ଯାଇଥିଲେ,ଲକଡାଉନ ପାଇଁ ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ସିଲେରୁ ନଦୀର ଜଳପଥରେ ଫେରୁଥିଲେ,ନଦୀରେ ଦୁଇଟି ଡଙ୍ଗାବୁଡି ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ନିଖୋଜ ହେବା ସହିତ ୩ଜଣ ଉଦ୍ଧାର ହୋଇଛନ୍ତି । ଦାଦନଶ୍ରମିକ ପରିବାରଙ୍କ ଏପରି ମର୍ମସ୍ପର୍ଷି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ଗୁଠାଂଓ୍ୟାର୍ଡା ପଚାଂୟତ କନ୍ଧଗୁଡା ସିଲେରୁ ନଦୀ ଡଙ୍ଗାଘାଟରେ । ଗୁଠାଂଓ୍ୟାର୍ଡା ଓ କନ୍ଧଗୁଡା ଗ୍ରାମର ପ୍ରାୟ ୪୪ଜଣ ଆଦିବାସୀ ଲୋକ ତେଲାଙ୍ଗାନା ରାଜ୍ୟକୁ ଗତ ୫ମାସତଳେ ଇଟାଭାଟି କାମକରିବାପାଇଁ ପିଲାଛୁଆ ମାନଙ୍କୁ ଧରି ଯାଇଥିଲେ ।କରୋନାର ଦ୍ୱତିୟଲହର ହେବାରୁ ଲକଡାୁନ ପାଇଁ ଇଟାଭାଟି କାମ ବନ୍ଦହୋଇ ଯାଇଥିଲା । ଲକଡାଉନ ପାଇଁ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ଏହି ଶ୍ରମିକ ମାନେ ବହୁକଷ୍ଟରେ ତେଲାଙ୍ଗାନା ରୁ ଆନ୍ଦ୍ରପ୍ରଦେଶକୁ ଏକ ବସରେ ଆସିଥିଲେ । ଆନ୍ଦ୍ର ଓଡିଶା ସୀମାସିଲ ହୋଇ ଯାଇଥିବାରୁ ସେମାନେ ଭୟରେ ସଡକ ପଥରେ ଆସି ନପାରି ଲୁଚିକି ଚିତ୍ରକୋଣ୍ଡା ଆନ୍ଦ୍ରପ୍ରଦେଶ ସୀମାନ୍ତ ସିଲେରୁ ନଦୀପାର ହୋଇ ନିଜଗାଁକୁ ଯିବା ପାଇଁ ମଙ୍ଗଳବାର ଦିନ ସନ୍ଧ୍ୟାରେ ସିଲେରୁ ନଦୀ ଘାଟ ନିକଟରେ ପହଁଚିଥିଲେ । ସେଠାରୁ ପ୍ରଥମେ ପୁରଷ ଲୋକମାନେ ଦୁଇଟି ଡଙ୍ଗାରେ ସିଲେରୁ ନଦୀପାର ହୋଇ କନ୍ଧଗୁଡା ଘାଟନିକଟରେ ପହଁଚି ଥିଲେ । ରାତ୍ରରେ ଅନ୍ୟ ଦୁଇଟି ଡଙ୍ଗାରେ ୧୧ଜଣ ନଦୀପାର ହେଉଥିବା ସମୟରେ ହଟାତ ଗୋଟିଏ ଡଙ୍ଗା ନଦୀମଝିରେ ଥିବା ଏକ ଗଛଗଣ୍ଡିରେ ବାଜି ବୁଡିଯାଇଥିଲା,ଡଙ୍ଗାଟି ବୁଡିଯିବା ଦେଖ୍‌ିକିି ସେଥିରେ ବସିଥିବା ଲୋକମାନେ ପଛରେ ଆସୁଥିବା ଡଙ୍ଗାରେ ବସିବା ପାଇଁ ଚେଷ୍ଟାକରିବାରୁ ସେହି ଡଙ୍ଗାଟି ମଧ୍ୟ ପାଣିରେ ବୁଡି ଯୀଇଥିଲା । ୧୧ଜଣ ଯାକ ପାଣିରେ ବୁଡି ଯାଇଥିଲେ , ସେମାନଙ୍କ ମଧ୍ୟରୁ ବହୁକଷ୍ଟରେ ତିନିଜଣ ପୁରୁଷ ଲୋକ ପହଁରି ପହଁରି କୁଳରେ ପହଁଚିଥିଲେ । ଅନ୍ୟ୮ଜଣ ଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବାରୁ ପହଁଚି ନପାରି ପାଣିରେ ବୁଡା ଯାଇଥିଲେ । ଦୁଇଟି ଡଙ୍ଗା ବୁଡି ଯିବା ଖବର ସଙ୍ଗେ ସଙ୍ଗେ ଗୁଠଂଡଓ୍ୟାର୍ଡା ଓ କନ୍ଧଗୁଡା ଗ୍ରାମରେ ପ୍ରଚାର ହୋଇଯିବା କ୍ଷଣି ନଦୀଘାଟକୁ ଶହ ଶହ ଗ୍ରାମବୀସ ପହଁଚି ନିଖୋଜ ମାନଙ୍କୁ ବହୁତ ଖୋଜା ଖୋଜି କରିଥିଲେ । ଏ ସଂପର୍କରେ ଚିତ୍ରକୋଣ୍ଡା ଥାନା ଓ ତହସିଲଦାର ଙ୍କୁ ଜଣାଇବାପରେ ଘଟଣାସ୍ଥଳରେ ରାତ୍ରରେ ତହସିଲଦାର ଟି.ପଦ୍ମନାଭ ଦୋରା, ଥାନାଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ କିଛି ଉଦ୍ଧାରକାରି ଦଳଙ୍କୁ ଧରି କନ୍ଧଗୁଡା ସିଲେରୁ ନଦୀ ଘାଟ ନିକଟରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ବହୁତ ଖୋଜା ଖୋଜି କଲାପରେ ଜଣେ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା । ରାତ୍ର ଅଧିକା ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦରଖା ଯାଇ ପୁଣ ଆଜି ଭୋରରୁ ଆଗ୍ନିଶମ ବିଭାଗ କର୍ମଚାରୀ ଉଡ୍ରାପଟିମ ଘଟଣାସ୍ଥଳରେ ପହଁଚି ଯୋରଦାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଆଜି ଅପରାହ୍ନ ସୁଦ୍ଧା ନିଖୋଜ ୭ଜଣଙ୍କ ମଧ୍ୟରୁ ୫ଜଣଙ୍କ ମୃତଶରୀର ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ୪ଜଣ ଶିଶୁ ଅଛନ୍ତି । ଗତ କାଲି ଜଣେ ଶିଶୁର ମୃତ ଦେହ ଉଦ୍ଧାର ହୋଇଥିଲା । ଏବେ କୁ ଅନ୍ୟ ଦୁଇଜଣ ନିଖୋଜ ରହିଛନ୍ତି । ଘଟଣାସ୍ଥଳରେ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ,ଏସପି ରିଶିକେଶ ଡି ଖିଲାରୀ,ଏସଡିପିଓ ସୁନାରାମ ହେମ୍ବ୍ରେମ,ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନ ଦୋରା, କୁଡୁମୁଲୁଗୁମ୍ମା ତହସିଲଦାର ବିଜକୁମାର ମାଣ୍ଡାଙ୍ଗି,ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଉଦ୍ଧାର ମୃତ ଶରୀର ପୁଲିସ ଜବତ କରି ଶବବ୍ୟବଛେଦ ନିମନ୍ତେ ଚିତ୍ରକୋଣ୍ଡା ହସପିଟାଲକୁ ପଠାଇ ଡଙ୍ଗାବୁଡି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥମେ ପହଁରି ପହଁରି ଉଦ୍ଧାର ହୋଇଥିବା ରମେଶ ବଡନାୟକ,ସତିବାବୁ ଖିଲ,ସୁଧୀର ଖରା ଏବେ ସୁସ୍ଥ ରହିଛନ୍ତି । ଉଦ୍ଧାର ହୋଇଥିବା ସୁଧୀର ଖିଲ ଡଙ୍ଗାବୁଡିର ଦୃଶ୍ୟ କାନ୍ଦାକାନ୍ଦି କହିଥିଲେ ଦୁଇଟି ଡଙ୍ଗାରେ ୧୧ଜଣ ନଦୀପାର ହେଉଥିଲୁ,ଆଗ ଡଙ୍ଗାଟି ଏକ ଗଛଗଣ୍ଡିରେ ବାଜି ଯାଇ ବୁଡିଯିବାରୁ ସେଥିରେ ଥିବା ଲୋକମାନେ ପଛଡଙ୍ଗା ନିକଟକୁ ପହଁରି ପହଁରି ପଳାଇ ଆସିଥିଲେ,ଦ୍ୱିତୀୟ ଡଙ୍ଗାଟି ଛୋଟ ଥିବାରୁ ଭାରସାମ୍ୟ ହରାଇ ସେହି ନଦୀର ପାଣିରେ ବୁଡି ଯାଇଥିଲା । ଆମେ ତିନିଜଣ ପୁରଷ ଲୋକ ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟାକରି ନିରାଶ ହେବାରୁ ବହୁକଷ୍ଠରେ ପହଁରି ପହଁରି କୁଳରେ ଲାଗି ନିଜର ଜୀବନ ବଚାଂଇଛୁ ।ଅନ୍ୟ୮ଜଣ ଙ୍କ ମଧ୍ୟରେ ଦୁଇଜଣ ମହିଳା ୬ଜଣ ଛୋଟ ପିଲାଥିବାରୁ ପାଣିରେ ବୁଡି ଯାଇଥିଲେ ବୋଲି ସେ କହିଛନ୍ତି ।ଡଙ୍ଗାବୁଡି ରେ ଦୁଇଟି ଗ୍ରାମର ୬ଜଣଙ୍କର ମୃତ୍ୟୁ ହେବାସହିତ ଅନ୍ୟ ଦୁଇଜଣ ନିଖୋଜ ଘଟଣାରେ ଗୁଠାଂଓ୍ୟର୍ଡା, କନ୍ଧଗୁଡା ଗ୍ରାମସହିତ ସମଗ୍ର ଚିତ୍ରକୋଣ୍ଡା ଅଚଂଳରେ ଶୋକରଛାୟା ଖେଳି ଯାଇଛି, ମୃତ ପରିବାରଙ୍କ ଆଖିରୁ ଲହିଶୁଖୁନାହିଁ, ପେଟପାଇଁ ତେଲାଙ୍ଗାନ ରାଜ୍ୟକୁ କାମକରିବାକୁ ଯାଇଥିଲେ , ମହାମାରି କରୋନା ପାଇଁ କାମବନ୍ଦ ହୋଇଗଲା, ନିଜଘରକୁ ଫେରି ବାଦଳରେ ମଶାଣିକୁ ଶବଗଲା ବୋଲି ମନଦୁଃଖରେ ଗ୍ରାମବାସୀ ଓ ଦାଦନ ଶ୍ରମିକ ମାନେ କହିଛନ୍ତି । ତେଲାଙ୍ଗାନା ରାଜ୍ୟରୁ ଏହି ଶ୍ରମିକ ମାନେ ଫେରିଥିବାରୁ ଜିଲ୍ଲାପ୍‌୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁସେହି ନଦୀ ଘାଟ ନିକଟରେ ସେମାନଙ୍କୁ କୋଭିଡଟେଷ୍ଟ କରାଯିବା ସହିତ ସେମାନଙ୍କୁ ହୋମ ଗୃହଙ୍ଗରୋଧରେ ରହିବାପାଇଁ ପରାମର୍ଶ ଦିଆଯାଇଛି । ମୃତପରିବାରଙ୍କୁ ଜିଲ୍ଲାପ୍‌୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ବାହାର ରାଜ୍ୟକୁ ଯାଇଥିବା ଶ୍ରମିକମାନେ କେହି ଲୁଚିଛପି ଏପରି ଆସି ବିପଦର ପଡନ୍ତୁ ନହିଁ,ପ୍ରବାସୀ ଶ୍ରମିକ ମାନେ ନିଜଘରକୁ ଫେରିବା ପାଇଁ ଚାହୁଁଥିଲେ ସେମାନେ ଜିଲ୍ଲାପ୍‌୍ରଶାସନ ,ସ୍ଥାନୀୟ ଥାନା କିମ୍ବା ଏସପି କାର୍ଯ୍ୟାଳୟକୁ ଯୋଗା ଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ୟେଦୁଲା ଓ ଏସପି ଶ୍ରୀ ଖିଲାରୀ ପ୍ରବାସୀ ଶ୍ରମିକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ଗତ୨୧ତାରିଖ ଦିନ ବାଲିମେଳା ଜଳଭଣ୍ଡାର ଓରାପଦର ବାକୁଲି ଘାଟ ନିକଟରେ ଡଙ୍ଗାବୁଡି ତିନିଜଣଙ୍କର ମୃତ୍ୟୁଘଟିଥିଲା , ସେହି ଘଟଣା ଲୋକମାନଙ୍କର ମନରୁ ନ ଯାଉଣୁ ପୁଣି ଚିତ୍ରକୋଣ୍ଡା ଅଚଂଳରେ ଡଙ୍ଗାବୁଡି ୬ଜଣଙ୍କର ମୃତ୍ୟୁ ୨ ନିଖୋଜ ଘଟଣାରେ ସମଗ୍ର ଅଚଂଳରେ ଶୋକର ଛାୟା ଖେଳି ଯାଇଛି ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.