Home କୋରାପୁଟ କୋରାପୁଟ ସହରର ୧୨ ଟ କେନ୍ଦ୍ରରେ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତଥିବା ବ୍ୟକ୍ତିମାନେ କୋଭିଡ...

କୋରାପୁଟ ସହରର ୧୨ ଟ କେନ୍ଦ୍ରରେ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତଥିବା ବ୍ୟକ୍ତିମାନେ କୋଭିଡ ଟୀକା ନେଲେ

57

କୋରାପୁଟ ୨୫-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରର ୧୨ଟି କେନ୍ଦ୍ରରେ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତଥିବା ବ୍ୟକ୍ତିମାନେ ମଙ୍ଗଳବାର ଦିନ କୋଭିଡ ଟୀକା ନେଇଥିବା ଜଣାପଡିଛି ।ଯେଉଁମାନେ ଅନଲାଇନରେ ପଞିକରଣ ଓ ସ୍ଲଟ ବୁକିଂ କରିଥିବା ବ୍ୟକ୍ତିମାନେ ଆଜି ଟୀକା ନେଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ସହରରେ ୧୨ ଟି ଟୀକାକରଣ କେନ୍ଦ୍ର ଖୋଲାଯାଇଥିଲା । କୋରାପୁଟ ଟାଉନହଲ .ସରକାରୀ ବାଳିକାହାଇସ୍କୁଲ,କୋରାପୁଟ ସାଂସ୍କୃତିକ ପରିଷଦ ,ସରକାରୀ ହାଇସ୍କୁଲ ,ପୋଲିସ ହସପିଟାଲ ,ଗାନ୍ଧିନଗର ୟୁପିଏଚସି,ଜେଇଏଲସି ହାଇସ୍କୁଲସାନଚିନ୍ଦ୍ରୀ ପ୍ରାଥମିକ ବିଦ୍ୟାଳୟ ,ରଙ୍ଗବାଲିକୁମ୍ଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ରେଳବାଇ ହସପିଟାଲ ,ଓଏମପି ହସପିଟାଲ ଓ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଟୀକାକରଣ କେନ୍ଦ୍ର କରାଯାଇଥିଲା ।ସରକାରୀ ବାଳିକା ହାଇସ୍କୁଲ କେନ୍ଦ୍ରରେ ନେଟ ସମସ୍‌୍ୟା ଥିବାରୁ ନିର୍ଦ୍ଧାରିତ ସମୟର ବିଳମ୍ବରେ ଆରମ୍ଭ କରାଯାଇଥିଲା ।ଗୋଟିଏ କେନ୍ଦ୍ରରେ ଅଲ୍ପ ସମୟ ପାଇଁ ବିଦ୍ୟୁତ ନ ଥିବା କାରଣରୁ ମୋବାଇଲ ଲାଇଟରେ  ଟୀକାକରଣ କରାଯାଉଥିବା ଦେଖିବାକୁ ମିଲିଥିଲା ।ସେହିପରି କୋରାପୁଟ ସାଂସ୍କୃତିକ ପରିଷଦ କେନ୍ଦ୍ରରେ ବିଦ୍ୟୁତ ନ ଥିବାରୁ  ଅସୁବିଧା ହୋଇଥିଲା ।କୋରାପୁଟ ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ  କେନ୍ଦ୍ରରେ ପହଂଚି ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରିବା ପରେ ବିଦ୍ୟୁତ ଆସିଥିଲା ବୋଲି ଜଣାପଡିଛି । ରଙ୍ଗବାଲିକୁମ୍ଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରରେ ଲୋକମାନେ ସାମାଜିକ ଦୂରତା ବଜାଇ ରଖି ନ ଥିବା ନଜର କରାଯାଇଥିଲା ।କୋରାପୁଟ  ଉପଖଣ୍ଡ ପୋଲିସ ଅଧିକାରୀ ଗୁଣନିଧି ମଲ୍ଲିକ କେନ୍ଦ୍ରରେ ପହଂଚି ଲୋକମାନଙ୍କୁ  କୋଭିଡ ନିୟମକୁ ମାନିବାକୁ ନିବେଦନ କରିଥିଲେ ।ଶିକ୍ଷକ ତଥା ସମାଜସେବୀ ଲଲାଟ ରଂଜନ ସେଠୀ  ଟୀକାକରଣ କାର୍ଯ୍ୟରେ ଟୋକେନ  ଓ ଲୋକମାନଙ୍କୁ ବସିବା ନିମନ୍ତେ ଚେୟାର ପ୍ରଦାନ କରୁଥିବା ଦେଖିବାକୁ ମିଲିଥିଲା ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,କୋରାପୁଟ ସିଡିଏମଓ ଡାକ୍ତର ମକରନ୍ଦ ବେଉରା,ଏଡିପିଏଚଓ(ପରିବାର କଲ୍ୟାଣ)ଡାକ୍ତର ନୀଳମାଧବ ଶତପଥି,ସୁନାବେଡା ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ତଥା କୋରାପୁଟ ମ୍ୟୁନସିପାଲଟିର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ,ସହକାରୀ ଜିଲ୍ଲାପାଳ  ସୁରଜିତ ମିଶ୍ର ,ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ ,ସ୍ୱାସ୍ଥ୍ୟ ମିଶନ ଡିପିଏମ ଶୁଭକାନ୍ତ ଗନ୍ତାୟତ , ଜନସ୍ୱାସ୍ଥ୍ୟ ମ୍ୟାନେଜର ସଂଜୟ କୁମାର ସ୍ୱାଇଁ , ଆରବିଏସକେ ମ୍ୟାନେଜର  ବିଭୁ ରଂଜନ ମୁଣ୍ଡ  ପ୍ରମୁଖ ବିଭିନ୍ନ କେନ୍ଦ୍ର ଯାଇ ଟୀକାକରଣ କେନ୍ଦ୍ର ତଦାରଖ କରିଥିଲେ ।୧୨ ଟି କେନ୍ଦ୍ରରେ ସମୁଦାୟ ୪୬୦୮ ଜଣ ବ୍ୟକ୍ତି ଟୀକା ନେଇଥିବା  ଜଣାପଡିଛି ।ଆସନ୍ତାକାଲି ବୁଧୁବାର ଦିନ କୋରାପୁଟ ସହରର ୧୧ ଟି କେନ୍ଦ୍ରରେ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତଥିବା ବ୍ୟକ୍ତିମାନଙ୍କୁ ଟୀକାକରଣ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.