Home ଓଡ଼ିଶା ଦଶହରା ପାଇଁ ମାଟି ଉଠା ପର୍ବ ଆରମ୍ଭ

ଦଶହରା ପାଇଁ ମାଟି ଉଠା ପର୍ବ ଆରମ୍ଭ

192

ଭୁବନେଶ୍ଵର,୨୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପବିତ୍ର ଦଶହରା ପାଇଁ ଆରମ୍ଭ ହେଲା ମାଟି ଉଠା ପର୍ବ । ପବିତ୍ର ଜନ୍ମାଷ୍ଟମୀରେ ସିଲଭର ସିଟି କଟକରେ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ମହାନଦୀ ଏବଂ କାଠଯୋଡି କୂଳରୁ ମାଟି ଉଠାଯାଇଛି । ଏଥିପାଇଁ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଘଣ୍ଟଘଣ୍ଟା, ମୃଦଙ୍ଗ ଏବଂ ଝାଞ୍ଜ ବଜାଇ କୀର୍ତ୍ତନ କରି ପୂଜା ମଣ୍ଡପରୁ ବାହାରଥିଲେ । ପରେ ନଦୀକୂଳରେ ପୂଜାର୍ଚ୍ଚନା କରିବା ପରେ ନଦୀରୁ ମାଟି ଉଠାଇଛନ୍ତି । ମାଟି ନେଇ ସଂକୀର୍ତ୍ତନ କରି ମାଟିକୁ ପୂଜା ମଣ୍ଡପରେ ରଖାଯାଇଛି । ଆଜିଠାରୁ କାରିଗରମାନେ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.