Home ଜିଲ୍ଲା ପରିକ୍ରମା ଦଶମ ପରୀକ୍ଷାରେ ଭଦ୍ରକ ଜିଲା ଟପ୍ପର ହେଲେ ସୀମାରାଣୀ ନାୟକ

ଦଶମ ପରୀକ୍ଷାରେ ଭଦ୍ରକ ଜିଲା ଟପ୍ପର ହେଲେ ସୀମାରାଣୀ ନାୟକ

99

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଯାଇଛି । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ରାଜ୍ୟରେ ୯୮ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଭଦ୍ରକ ଜିଲ୍ଲାରେ ଭଦ୍ରକ ବ୍ଲକ୍ ଅଧୀନସ୍ଥ ଗେଲପୁରର ବାପୁଜୀ ହାଇସ୍କୁଲର ଛାତ୍ରୀ ସୀମାରାଣୀ ନାୟକ ଟପ୍ପର ହୋଇଛନ୍ତି । ସୀମାରାଣୀଙ୍କ ଘର ଗେଲପୁର ହୋଇଥିବାବେଳେ ତାଙ୍କ ଦିଲ୍ଲୀପ କୁମାର ନାୟକ ଜଣେ ବ୍ୟବସାୟୀ ଅଟନ୍ତି ଓ ମାତା ଅମିତା ନାୟକ ଜଣେ ସୁଗୃହିଣୀ । ସୀମାରାଣୀ ସମୁଦାୟ ୬୦୦ ମାର୍କରୁ ୫୭୭ ନମ୍ବର ରଖି ଜିଲାରେ ଟପ୍ପର ହୋଇଥିବା ବିଷୟ ଜଣାପଡିଛି । ତାଙ୍କର ଏଭଳି ସଫଳତା ପଛରେ ସେ ନିଜ ପିତାମାତା, ଭାଇଭଉଣୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଗୁରୁଜନଙ୍କ ଆଶୀର୍ବାଦ , ବଜରଙ୍ଗ ବାଲିଙ୍କ କୃପା ରହିଛି ବୋଲି କହିଛନ୍ତି । ଏହି କୃତକାର୍ଯ୍ୟ ପଛରେ ତାଙ୍କର ଦୈନିକ ଦୀର୍ଘ ୧୩-୧୪ ଘଣ୍ଟାର ପରିଶ୍ରମ ଆଜି ତାଙ୍କୁ ସଫଳତାର ସିଡି ଚଢାଇ ପାରିଛି ବୋଲି କହିବା ସହ ସରକାରଙ୍କ କରୋନା ଜନିତ ଉଚିତ୍ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଆଗାମୀ ଦିନରେ ସେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.