Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ପାସହାର ୯୮%, ୬ ଛାତ୍ରଛାତ୍ରୀ ଏ-୧

ଭଣ୍ଡାରିପୋଖରୀରେ ପାସହାର ୯୮%, ୬ ଛାତ୍ରଛାତ୍ରୀ ଏ-୧

28

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକରେ ଚଳିତ ମ୍ୟାଟ୍ରିକ ପରୀକ୍ଷା ଫଳ ୯୮ ପ୍ରତିଶତ ହୋଇଛି । ସଂଖ୍ୟାଧିକ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି । ତେବେ ବ୍ଲକରେ ମୋଟ ଛଅ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ ହାସଲ କରିଥିବା ଜଣାଯାଇଛି । ସେଥିମଧ୍ୟରୁ ଶାରଦା ବିଦ୍ୟାମନ୍ଦିର ଛାତ୍ର ସ୍ୱୟଂଜିତ ରାଉତ ୫୫୭ ନମ୍ବର ହାସଲ କରି ବ୍ଲକ ଟପ୍ପର ହୋଇଛନ୍ତି । ସଂୟଜିତ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେହି ସ୍କୁଲର ଛାତ୍ରୀ ସ୍ଥିତିପ୍ରଜ୍ଞା ବାରିକ ୫୫୫ ନମ୍ବର ହାସଲ କରି ବ୍ଲକସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସ୍ଥିତିପ୍ରଜ୍ଞା ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ସାରୋ ଶ୍ୟାମସୁନ୍ଦର ବିଦ୍ୟାନିକେତନ ଛାତ୍ର ବିଜୟ କୁମାର ପଣ୍ଡା ୫୫୨ନମ୍ବର ହାସଲ କରିଛନ୍ତିି । ସେହିପରି ଦେଓପଦା କୌଶଲ୍ୟା ରାଉତ ଉଚ୍ଚବିଦ୍ୟାପୀଠର ଛାତ୍ରୀ ପ୍ରତୀକ୍ଷା ସାହୁ ୫୫୨ ନମ୍ବର ହାସଲ କରିଛନ୍ତି । ଉଭୟ ବିଜୟ ଓ ପ୍ରତୀକ୍ଷା ଯୁଗ୍ମ ଭାବେ ବ୍ଲକସ୍ତରରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ବିଜୟ ଯାନ୍ତ୍ରୀକ ଭାବେ ରେଳବାଇରେ ନିଯୁକ୍ତି ଲକ୍ଷ୍ୟ ରଖଥିବା ବେଳେ ପ୍ରତୀକ୍ଷା ଅଧ୍ୟାପିକା ହେବେ ବୋଲି ଆଶା ପୋଷଣ କରିଛନ୍ତିି । ବାରିକପୁର ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ସୌମ୍ୟଜିତ ଦାସ ୫୪୯ନମ୍ବର ହାସଲ କରିଛନ୍ତି । ସୌମ୍ୟଜିତ ଫଳକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଆଇ.ଏ.ଏସ. ହେବାକୁ ଲକ୍ଷ୍ୟ ରଖିଛନ୍ତି । ସରସଦା ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ସତ୍ୟଜିତ ସମ୍ୟତ୍ ଦାସ ୫୪୩ ନମ୍ବର ରଖିଛନ୍ତି । ଶ୍ରୀମାନ ଦାସ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଭବିଷ୍ୟତରେ ସେ ଆଇ.ଆଇ.ଟି. ଇଂଜିନିଅର ହେବାକୁ ଲକ୍ଷ୍ୟ ରଖିଛନ୍ତି । ବିନାପରୀକ୍ଷାରେ ପ୍ରକାଶିତ ଏହି ଫଳାଫଳକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.