Home ଜିଲ୍ଲା ପରିକ୍ରମା କମାଲପୁର ଓ ପଠାଣମହଲାକୁ ନେଇ ସ୍ୱତନ୍ତ୍ର ଗ୍ରାମପଞ୍ଚାୟତ ଗଠନ ଦାବି

କମାଲପୁର ଓ ପଠାଣମହଲାକୁ ନେଇ ସ୍ୱତନ୍ତ୍ର ଗ୍ରାମପଞ୍ଚାୟତ ଗଠନ ଦାବି

24

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଗୁଜିଦରଡା ପଞ୍ଚାୟତ ଜିଲ୍ଲାର ସବୁଠାରୁ ବଡ଼ ପଞ୍ଚାୟତ ଭାବେ ପରିଗଣିତ । ଯାହାର ଲୋକସଂଖ୍ୟା ୧୬ ହଜାରରୁ ଉର୍ଦ୍ଧ୍ୱ । ୨୦୨୦ ମସିହା ଭୋଟର ତାଲିକାନୁଯାୟୀ ଏହାର ଭୋଟର ସଂଖ୍ୟା ୮୪୧୮, ଯାହା ବୃଦ୍ଧି ଘଟି ଏବେ ୯ ହଜାର ପାର ହୋଇ ସାରିଲାଣି । ତେବେ ଏହି ପଞ୍ଚାୟତର କମାଲପୁର ଓ ପଠାଣ ମହଲା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୪ କିମି ଦୂର । ଫଳରେ ଏହି ଗ୍ରାମ ଦୁଇଟିର ୯ଟି ୱାର୍ଡର ବୃଦ୍ଧବୃଦ୍ଧା, ବିଧବା ମହିଳା, ଦିବ୍ୟାଙ୍ଗ ଏପରି ରାସନ କାର୍ଡଧାରୀମାନେ ସେମାନଙ୍କ ହକ୍ ପାଇବା ପାଇ ପୁରା ଦିନ କମି ହୋଇ ଦୂରରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି । ଏଥି ପାଇଁ ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି । କମାଲପୁର ଓ ପଠାଣମହଲାର ଜନସଂଖ୍ୟା ଓ ଦୂରତା ଦୃଷ୍ଟିରୁ ଏହି ଦୁଇଟି ଗ୍ରାମର ୯ଟି ୱାର୍ଡକୁ ନେଇ ଏକ ନୂତନ ପଞ୍ଚାୟତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ, ଜିଲ୍ଲାପାଳ, ବିଧାୟକ, ସାଂସଦ ଆଦିଙ୍କ ପାଖରେ ବାରମ୍ବାର ଦାବି ହୋଇ ଆସୁଅଛି । ମାତ୍ର ଗ୍ରାମବାସୀଙ୍କ କଥାକୁ କେହି ଖାତର କରୁ ନାହାନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେବା ଦେବା ସହିତ ଆଜି ଗ୍ରାମବାସୀମାନେ ଏକଜୁଟ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେମାନଙ୍କ ଅସନ୍ତୋଷକୁ ପ୍ରକାଶ କରିଛନ୍ତି । ସରକାର ଯଦି ସେମାନଙ୍କ ଦାବିକୁ କର୍ଣ୍ଣପାତ ନକରନ୍ତି ତେବେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ ହେବା ସହିତ ସମୂହ ଭୋଟ ବର୍ଜନ କରିବେ । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଅବଦୁଲ ହମିଦ୍ ଖାଁ, ଜମିରୁଦ୍ଦିନ ଖାଁ, ସେକ୍ ମହମ୍ମଦ ଫାରୁକ୍‌, ସେକ୍ ସଜିରୁଲ୍ ରହେମାନ୍‌, ସେକ୍ ସକିଲ ରହେମାନ, ଆଜାଫ୍ ଖାଁ, ସେବର ଅଲ୍ଲି ଖାଁ, ଅନୱର ଅଲି ଖାଁ, ନଜମା ବିବି, ମଲ୍ଲ ବିବି, ସଂଯିଦା ବିବି, ଏକାଦଶୀ ବେହେରା, ନିରଞ୍ଜନ ମୁଦୁଲି, ଖଗେଶ୍ୱର ମହାନ୍ତି, ରାଜେନ୍ଦ୍ର ବାରିକ, ଜଗନ୍ନାଥ ଯେନା, ରଞ୍ଜବ ବାରିକ, ଅଜଗର ଅଲି ଖାଁ, ଜଫରୁଦ୍ଦିନ ଇକ୍‌ବାଲ ପ୍ରମୁଖ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.