Home କୋରାପୁଟ କୋରାପୁଟ ହସପିଟାଲରେ ଅସହାୟ ଯୁବତୀଙ୍କୁ ସହାୟତା ପ୍ରଦାନ

କୋରାପୁଟ ହସପିଟାଲରେ ଅସହାୟ ଯୁବତୀଙ୍କୁ ସହାୟତା ପ୍ରଦାନ

34

କୋରାପୁଟ ୧୪-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୁନ୍ଦ୍ରା ଅଂଚଳର ପୁଷ୍ପା ଗଣ୍ଡ ନାମ୍ନୀ ଯୁବତୀ ମଧୁମେହ ରୋଗରେ ପୀଡିତ ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସିତ ହେଉଥିଲେ ।ହସପିଟାଲରେ ଯୁବତୀ ସହ ବୃଦ୍ଧା ଆଈ ରହୁଥିଲେ ।ଯୁବତୀଙ୍କର କେହି ସଂପର୍କିୟ ନ ଥିବା ବେଳେ ଆର୍ଥିକ ଅବସ୍ଥା ବହୁତ ଖରାପ ଥିବା ଓଡିଶା ମୋ ପରିବାର  ହେଲ୍ପ ଡେସ୍କ ସଂଯୋଜକ ବୈକୁଣ୍ଠ ମଣ୍ଡଳ ପ୍ରକାଶ କରିଛନ୍ତି ।ସେ ଆଜି ହସପିଟାଲରୁ ସୁସ୍ଥ ହୋଇ ଘରକୁ ଯିବା ନିମନ୍ତେ ଅର୍ଥ ନ ଥିଲା ।ଓଡିଶା ମୋ ପରିବାର ହେଲ୍ପ ଡେସ୍କ ସଂଯୋଜକ ଶ୍ରୀ ମଣ୍ଡଳ , ହସପିଟାଲର ସୁରକ୍ଷା କର୍ମି ଓ ହସପିଟାଲ କର୍ତୂପକ୍ଷ ନିଜ ନିଜ ଭିତରେ ଅର୍ଥ ଆଦାୟ କରି ଯୁବତୀ ଓ ତାଙ୍କ ଆଈଙ୍କୁ ଅଟୋଭଡା କରି ଘରକୁ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.