Home ଓଡ଼ିଶା ଦଳୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ସାଧବୀ ନିରଞ୍ଜନ ଜ୍ୟୋତି...

ଦଳୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ସାଧବୀ ନିରଞ୍ଜନ ଜ୍ୟୋତି : ବିଜେଡ଼ି ସରକାରର କଲେ ସମାଲୋଚନା

46

ପୁରୀ ୩୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଗସ୍ତରେ ଆସି ବିଜେପିର ବିଭିନ୍ନ ଦଳୀୟ ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ସାଧବୀ ନିରଞ୍ଜନ ଜ୍ୟୋତି। ତେବେ କେନ୍ଦ୍ର ସରକାରଙ୍କ ଅନେକ ଜନ କଲ୍ୟାଣ ଯୋଜନା ଓଡ଼ିଶା ସରକାର ରାଜନୈତିକ ବିଦ୍ୱେଷ ନେଇ କାର୍ଯ୍ୟକାରୀ କରୁନଥିବା ହେତୁ ସେ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ ଅଭିଯୋଗ କରିଚନ୍ତି ଜେ କେନ୍ଦ୍ର ସରକାରଙ୍କ କିଛି ଯୋଜନାକୁ ହାଇଯାକ କରିନେଇଛନ୍ତି ରାଜ୍ୟ ସରକାର। ୨୦୧୬-୨୨ ମଧ୍ୟରେ ୧୮ ଲକ୍ଷ ୩୮,୭୮୯ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡିଶାକୁ ଦିଆଯାଇଥିଲା। ଏଥିରୁ ୧୬ ଲକ୍ଷ ୯୬୦ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି। ନିର୍ମାଣ ବାବଦରେ ପ୍ରାୟ ୧୩ ହଜାର ୯୪୦ କୋଟି ଟଙ୍କା ବ୍ୟୟ କରାଯାଇଛି। ମାତ୍ର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାରେ ରୂପାନ୍ତରିତ କରିଛନ୍ତି। ସେହିପରି ଆୟୁଷ୍ମାନ ଯୋଜନାକୁ ମଧ୍ୟ ଓଡିଶାରେ କାର୍ଯ୍ୟକାରୀ କରୁନାହାନ୍ତି। ଏହା ଦ୍ଵାରା ଗରିବ ଲୋକମାନେ ମାଗଣା ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାସ୍ତବ ହିତାଧିକାରୀ ବଞ୍ଚିତ ହେଉଛନ୍ତି। ମହାବାତ୍ୟା ଫନିରେ ପୁରୀ ଜିଲ୍ଲାର ପ୍ରଭାବିତ ସମସ୍ତ ହିତାଧିକାରୀ ଏପର୍ଯ୍ୟନ୍ତ ସହାୟତା ପାଇନାହାନ୍ତି। ରାଜ୍ୟ ସରକାରଙ୍କୁ ବାରମ୍ବାର କ୍ଷତିଗ୍ରସ୍ତଙ୍କ ଡାଟା ଦେବା ପାଇଁ କେନ୍ଦ୍ର ସରକାର ତାଗିଦ କରିଥିଲେ। ମାତ୍ର ରାଜ୍ୟ ସରକାର ନିରବ ରହିବା ଯୋଗୁଁ ଲୋକମାନେ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେପଟେ ରାଜ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଯୋଜନା ଖୁବଶୀଘ୍ର ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ କରିଛନ୍ତି। ପୁରୀ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଗହମ ଆସି ପାରୁନଥିବାରୁ ସେ ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି। ଅନ୍ୟପଟେ ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦୌପର୍ଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ବିବାଦିୟ ଟିପ୍ପଣୀ ଦେଇଥିବା ପ୍ରସଙ୍ଗ ଉପରେ ମଧ୍ୟ କଡା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ। କେବଳ କ୍ଷମା ମାଗିଲେ ହେବନାହିଁ ବରଂ ସଂସଦ ଭଳି ପବିତ୍ର ଗୃହରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ସମସ୍ତ ସାଂସଦଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ପ୍ରାଥନା କରନ୍ତୁ ବୋଲି କହି କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି।

ସେହିପରି ପିପିଲିରେ ମଧ୍ୟ ଦଳୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ପୁରୀଜିଲ୍ଲା ପିପିଲି ସ୍ଥିତ କ୍ରୀଷ୍ଣା ଗାର୍ଡେନରେ ବିଜେପିର ପୁରୀ ଲୋକସଭା ମଣ୍ଡଳ ପକ୍ଷରୁ ଜିଲ୍ଳା ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କ ସହ କୋରକମିଟି ବୈଠକରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି ବୈଠକ କରିଛନ୍ତି। ବିଶେଷକରି ଦଳକୁ ତୃଣ ମୂଳ ସ୍ତରରୁ ଅଧିକ ମଜଭୁତ କରି କେନ୍ଦ୍ରୀୟ ଯୋଜନା କିପରି ସାଧାରଣ ଜନତାଙ୍କ ସେବା ଓ ସ୍ବାର୍ଥ ରେ ଆସି ପାରିବ, ସେନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି। ଉପସ୍ଥିତ ମଣ୍ଡଳ ସଭାପତି ଓ କର୍ମକର୍ତ୍ତଙ୍କ ସହ କେନ୍ଦ୍ରୀୟ ଯୋଜନାର ଲାଭ ଲୋକଙ୍କ ପାଖରେ କିପରି ପହଞ୍ଚିଛି ସେ ବିଷୟରେ ଅଲୋଚନା କରିଥିଲେ ଏବଂ ଅଗାମୀ ଦିନରେ ବିଜେପି କିଭଳି ଜନସାଧାରଣଙ୍କ ଆଦୃତ ହୋଇପାରିବ ସେ ବିଷୟରେ ପରାମର୍ଶ ଦେଥିଲେ। ଉକ୍ତ ବୈଠକରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.