Home ଓଡ଼ିଶା ଦର୍ପନାରାୟଣପୁର “କଳ୍ପନା” ଓଡିଆ ଭାଷା ସାହିତ୍ୟ ଅନୁଷ୍ଠାନ ର କବିତା ପାଠୋତ୍ସବ

ଦର୍ପନାରାୟଣପୁର “କଳ୍ପନା” ଓଡିଆ ଭାଷା ସାହିତ୍ୟ ଅନୁଷ୍ଠାନ ର କବିତା ପାଠୋତ୍ସବ

161

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୧୦- ନୟାଗଡ ଜିଲ୍ଲା ଦର୍ପନାରାୟଣପୁର ଜନତା ଉଚ୍ଚ ବିଦ୍ୟାଳୟ ଅକ୍ଟୋବର ୧୭ ତାରିଖ ଗର୍ଭଣା ସଂକ୍ରାନ୍ତି ଅବସର ରେ କଳ୍ପନା ଓଡିଆ ଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବ ରେ କବି ସମ୍ମିଳନୀ କରାଯାଇ କବିତା ପାଠୋତ୍ସବ କରାଯାଇଥିଲା । କବି ଅଲେଖ କୁମାର ଭଞ୍ଜ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ଲେଖକ ସାମୁଖ୍ୟ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର , ମନ୍ଦାକିନୀ ସାହିତ୍ୟ ସଂସଦ ର ସଭାପତି ଅଧ୍ୟାପକ ବିଜୟ କୁମାର ଜେନା,   କବି ଓ ସାହିତ୍ୟିକ ବିରଞ୍ଚି ନାରାୟଣ ତ୍ରିପାଠୀ ,  ପରମ୍ପରା ର ସମ୍ପାଦକ ନିର୍ମଳ ଚନ୍ଦ୍ର ସୁରଦେଓ , ମନ୍ଦାକିନୀ ସାହିତ୍ୟ ସଂସଦ ର ସମ୍ପାଦକ ନବ କିଶୋର ସାମନ୍ତରାୟ , ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ଅଶୋକ କୁମାର ନାୟକ , ଐତିହାସିକ ରବିନ୍ଦ୍ର କୁମାର ପାରିଡା , ନୟାଗଡ ଜିଲ୍ଲା ଲେଖକ ସାମୁଖ୍ୟ ର ସମ୍ପାଦକ ଶେଖ୍ ଅବଦୁଲ୍ ଖାଲିକ୍ ଯୋଗ ଦେଇଥିଲେ । ନୟାଗଡ ଜିଲ୍ଲା ଅଂଚଳ ର ବହୁ କବି ଓ କବୟତ୍ରୀ ଯୋଗ ଦେଇ ନିଜ ନିଜର ସ୍ୱଲିଖିତ କବିତା ପାଠ କରିଥିଲେ । ଅଂଚଳ ର ପୁରାତନ କବି କବୟତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତିବର୍ଷ ଏହି ଉତ୍ସବ ଚାଲିବା ପାଇଁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଥିଲେ । ଇଂ ପଦ୍ମଚରଣ ପରିଡା ସଂଯୋଜନା କରିବା ସହ ଏହି କବିତା ପାଠୋତ୍ସବ ର ଆୟୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.