Home ଓଡ଼ିଶା ଦରକାର ପଡିଲେ କଶ୍ମୀର ପାଇଁ ଜୀବନ ଦେବି: ଅମିତ

ଦରକାର ପଡିଲେ କଶ୍ମୀର ପାଇଁ ଜୀବନ ଦେବି: ଅମିତ

508

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଲୋକସଭାରେ ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍‌ ଉପସ୍ଥାପନ କରିଛନ୍ତି  ଗୃହମନ୍ତ୍ରୀ ଅମିତ୍‌ ଶାହା । ଗୃହରେ ଏହି ବିଲ୍‌କୁ ନେଇ ଚର୍ଚ୍ଚା ସମୟରେ ଅମିତ୍‌ ଶାହା ବିରୋଧିଙ୍କୁ କଡା ଜବାବ୍‌ ଦେଇଛନ୍ତି । ଶାହା କହିଛନ୍ତି ଯେ,  କଶ୍ମୀର ଭାରତର ଅଭିନ୍ନ ଅଙ୍ଗ, କଶ୍ମୀର ପାଇଁ ଜୀବନ ଦେଇଦେବି । ଅନ୍ୟପଟେ କଂଗ୍ରେସ ଏହି ବିଲ୍‌କୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି । ଜମ୍ମୁ-କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ଜେଲ୍ କରିଦେଇଛନ୍ତି ବୋଲି କଂଗ୍ରେସ କହିଛି ।

ଅନ୍ୟପଟେ ଲୋକସଭାରେ କଂଗ୍ରେସ ସଦସ୍ୟଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ କହିଛନ୍ତି, ଜମ୍ମୁ-କାଶ୍ମୀର ପାଇଁ ସମ୍ବିଧାନ ଗଠନ ହେବ,ଏହାକୁ କେହି ରୋକିପାରିବେନି । ଜମ୍ମୁ-କାଶ୍ମୀର ମଧ୍ୟରେ ପିଓକେ ଆସୁଛି । ତେବେ ଆଜିର ପ୍ରସ୍ତାବ ଏବଂ ବିଲ୍ ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବାକୁ ଯାଉଛି । ଲୋକସଭାରେ ଛାତି ବାଡେଇ ବିରୋଧିଙ୍କୁ କଡା ଜବାବ୍‌ ସହ ଦମ୍ଭୋକ୍ତି ରଖିଛନ୍ତି ଶାହା । ଧାରା ୩୭୦ର ଉଚ୍ଛେଦକୁ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ଅମିତ ଶାହ । ଏହା ସହ ସେ କହିଛନ୍ତି ଜମ୍ମୁ-କାଶ୍ମୀରକୁ ନେଇ କୌଣସି ବିବାଦ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.