Home Top News ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ୍‍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ : ଇସିଟି-ଆଇଓସି...

ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ୍‍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ : ଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ

88

ଭୁବନେଶ୍ୱର, ୨୦ ଅଗଷ୍ଟ (ଓଡ଼ିଆ ପୁଅ) : ଦକ୍ଷତା ବିକାଶ ଅନୁଷ୍ଠାନ (ଏସ୍‍ଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ୍‍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି, ଭୁବନେଶ୍ୱର ସାଂସଦ ଶ୍ରମତୀ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେନ୍ଦ୍ର କୁମାର ରାଉତରାୟ ଏବଂ ଇଣ୍ଡିଆନ ଅଏଲ୍‍ର ଚେୟାରମ୍ୟାନ୍‍ଙ୍କ ଉପସ୍ଥିତିରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଇଣ୍ଡିଆନ ଅଏଲ୍‍ର ଚେୟାରମ୍ୟାନ୍‍ ଶ୍ରୀ ଏସ୍‍.ଏମ୍‍. ବୈଦ ଏବଂ ଏସ୍‍ଡିଆଇର ଚେୟାରମ୍ୟାନ୍‍ ତଥା ଇଣ୍ଡିଆନ ଅଏଲ୍‍ର ନିର୍ଦେଶକ (ମାନବ ସମ୍ବଳ) ଶ୍ରୀ ରଞ୍ଜନ କୁମାର ମହାପାତ୍ର ଏହି ଅବସରରେ ଉପସ୍ଥିତ ଥିଲେ।

କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ ଅଏଲ୍‍ ଏସ୍‍ଡିଆଇ ଭୁବନେଶ୍ୱରକୁ ଏକ ଗ୍ରୀନଫିଲ୍ଡ ମେଗା ମଡେଲ ମଲ୍ଟି ସ୍କିଲିଂ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିଛି ଏବଂ ଏଥିପାଇଁ ୨୫୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛି। ଏଥିସହ ଅତିରିକ୍ତ ୮୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଇଣ୍ଡିଆନ ଅଏଲ୍‍ ଯୋଜନା ରଖିଛି। ଓଡ଼ିଶାର ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଜଟଣି ତହସିଲରେ ଏହାର ସ୍ଥାୟୀ କ୍ୟାମ୍ପସ୍‍ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୬ ଏକର ପରିମିତ ଜାଗାରେ କରାଯାଇଛି। ଏହାର ଭିତ୍ତିପ୍ରସ୍ତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଦ୍ୱାରା ୨୦୧୮ ମାର୍ଚ୍ଚ ୧୮ ତାରିଖରେ ସ୍ଥାପନ କରାଯାଇଥିଲା। ଏହି ପ୍ରତିଷ୍ଠାନ ମାଧ୍ୟମରେ ଶିଳ୍ପ-ଉପଯୋଗୀ ପ୍ରତିଭା ସୃଷ୍ଟି ଉଦ୍ଦେଶ୍ୟରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭିତ୍ତିଭୂମି ତଥା ପ୍ରଯୁକ୍ତିବିଦ୍ୟା ଆଧାରରେ ବିଶ୍ୱସ୍ତରୀୟ ଶିଳ୍ପ ଆଧାରିତ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏସ୍‍ଡିଆଇବି ଏହାର ନୂଆ କ୍ୟାମ୍ପସ୍‍ ମାଧ୍ୟମରେ ଭାରତ ସରକାରଙ୍କ ‘ସ୍କିଲ୍‍ ଇଣ୍ଡିଆ’ ଏବଂ ‘ପୂର୍ବୋଦୟ ମିସନ’କୁ ସଶକ୍ତ କରିବାକୁ ବିବିଧ ପାଠ୍ୟକ୍ରମରେ ୫୦, ୦୦୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନର ଲକ୍ଷ୍ୟ ରଖିଛି। ଏସ୍‍ଡିଆଇ-ଭୁବନେଶ୍ୱରର ପାଇଲଟ୍‍ କ୍ୟାମ୍ପସ୍‍ ବିବିଧ ଟ୍ରେଡ୍‍ରେ ୧, ୨୦୦ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରୁ ମୋଟ ୯୦%ଙ୍କୁ ନିଯୁକ୍ତି ସୁଯୋଗ ଦେଇଛି। ବିବିଧ ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସ୍‍ଡିଆଇ-ଭୁବନେଶ୍ୱର ଏହାର ନୂଆ କ୍ୟାମ୍ପସ୍‍ରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ସହ ଏକାଧିକ ନୂଆ ପାଠ୍ୟକ୍ରମ ଆରମ୍ଭ କରିବାର ଯୋଜନା ରଖିଛି।

ଏହି ଅବସରରେ ରାସାୟନିକ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇସିଟି)-ଆଇଓସି (ଇଣ୍ଡିଆନ ଅଏଲ) ଭୁବନେଶ୍ୱରର ଭୂମି ପୂଜା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଦେଶର ବୈଷୟିକ ଶିକ୍ଷାକୁ ସମୃଦ୍ଧ କରିବାକୁ ଏହି ପ୍ରତିଷ୍ଠାନ ଆରମ୍ଭ କରାଯାଇଥିବା ବେଳେ ଏହା ଏବେ ଭୁବନେଶ୍ୱରର ସାମନ୍ତପୁରୀରେ କାର୍ଯ୍ୟ କରୁଛି। ଏମ୍‍ଟେକ୍‍, ଏକ୍‍ଜିକ୍ୟୁଟିଭ୍‍ ଏମ୍‍ଟେକ୍‍, ଇଌକ୍ଷଗ୍ଧ;ିଗ୍ରେଟେଡ୍‍ ଏମ୍‍ଟେକ୍‍ ଏବଂ ପିଏଚ୍‍ଡି ଆଦି ବିବିଧ ପାଠ୍ୟକ୍ରମ ଉପଲବ୍ଧ କରାଉଥିବା ଏହି ଅନୁଷ୍ଠାନ ପାଇଁ ଇଣ୍ଡିଆନ ଅଏଲ୍‍ ୯୫ କୋଟି ଟଙ୍କା ଯୋଗାଇ ଦେଇଛି। ଓଡ଼ିଶା ସରକାର ଏଥିପାଇଁ ଡେଲାଙ୍ଗ ତହସିଲର ଗୋଡ଼ିପୁଟ ମାଟିଆପଡ଼ାଠାରେ ୧୧୧.୭୯ ଏକର ଜମି ଯୋଗାଇ ଦେବାର ବ୍ୟବସ୍ଥା କରିବା ସହ ପ୍ରଥମ ପର୍ଯ୍ୟାୟରେ ୭୩.୮୬ ଏକର ଜମି ଦେଇ ସାରିଛନ୍ତି। ଦକ୍ଷତା ବୃଦ୍ଧି, ନିଯୁକ୍ତି ସୁଯୋଗ ଏବଂ ଗ୍ରାମୀଣ ବିକାଶ ମାଧ୍ୟମରେ ଆଇସିଟି-ଆଇଓସି ସମାଜର ଉତ୍ଥାନ ପାଇଁ ଲକ୍ଷ୍ୟ ରଖିଛି।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, ‘ଭୁବନେଶ୍ୱରରେ ନୂତନ ସ୍ଥାୟୀ କ୍ୟାମ୍ପସ୍‍ରେ ଏସ୍‍ଡିଆଇ କାର୍ଯ୍ୟ ଆରମ୍ଭ କରୁଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି। ଏହି ଅନୁଷ୍ଠାନ ଓଡ଼ିଶାର ଯୁବପିଢ଼ିଙ୍କୁ ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ଉତ୍କର୍ଷ ହାସଲ କରିବ ବୋଲି ମୁଁ ଆଶା କରୁଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଜାଗାରେ ଆଇସିଟି-ଆଇଓସିର ନୂଆ କ୍ୟାମ୍ପସ୍‍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ମୁଁ ବେଶ ଆନନ୍ଦିତ। ଏହି ଅନୁଷ୍ଠାନ ଏହାର ଉଜ୍ଜ୍ୱଳ ଶୈକ୍ଷିକ ପ୍ରଦର୍ଶନ ପାଇଁ ପରିଚିତ ଥିବା ବେଳେ ଏହା ରାସାୟନିକ ପ୍ରଯୁକ୍ତିବିଦ୍ୟା ଏବଂ ଅନୁଗାମୀ କ୍ଷେତ୍ରରେ ଉଚ୍ଚ ମାନର ବୈଷୟିକ ଶିକ୍ଷା ପ୍ରଦାନ କରିବା ଆଶା କରାଯାଏ। ବିଗତ ବର୍ଷ ମାନଙ୍କରେ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରହିଛି।’ ଏହି ଦୁଇ ଅନୁଷ୍ଠାନର ମହତ୍ତ୍ୱ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ, ଏକ ପ୍ରଗତିଶୀଳ ଏବଂ ଚଳନକ୍ଷମ ବ୍ୟାବସାୟିକ ବାତାବରଣ ତଥା ଦୂରଦୃଷ୍ଟି ସମ୍ପନ୍ନ ପ୍ରଶାସନ ରାଜ୍ୟରେ ପୁଞ୍ଜି ବିନିଯୋଗ ପାଇଁ ସୁଯୋଗ ତଥା ଆକର୍ଷଣ ସୃଷ୍ଟିରେ ସହାୟକ ହୋଇଛି। ବିଶ୍ୱସ୍ତରୀୟ ଶିଳ୍ପ ଅଭିବୃଦ୍ଧିକୁ ଗୁରୁତ୍ୱ ଦେୁଥିବା ରାଜ୍ୟ ସରକାର ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରି ଆସିଛି। ଆମର ପିଲାଙ୍କୁ ବିଶ୍ୱସ୍ତରରେ ଚାକିରି କରିବାକୁ ଦକ୍ଷ କରାଇବା ଖୁବ ଶୀଘ୍ର ଏକ ବାସ୍ତବତାରେ ପରିଣତ ହେବ। ଓଡ଼ିଶାରେ ଶିଳ୍ପ ପରିସଂସ୍ଥାକୁ ମୂଲ୍ୟଯୁକ୍ତ କରିବାରେ ଏସ୍‍ଡିଆଇ ଏବଂ ଆଇସିଟି-ଆଇଓସି ସହାୟକ ହେବା ବୋଲି ମୁଁ ଆଶା କରୁଛି।’

ଦକ୍ଷତା ବିକାଶ ଏବଂ ଭାରତୀୟ ଯୁବପିଢ଼ିଙ୍କୁ ନେଇ ଭାରତ ସରକାରଙ୍କ ଗୁରୁତ୍ୱ ସମ୍ପର୍କରେ ବ୍ୟାଖ୍ୟା କରି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ନୂତନ ପିଢ଼ିର ଦକ୍ଷତା ବୃଦ୍ଧି ଏକ ଜାତୀୟ ଆବଶ୍ୟକତା ତଥା ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ର ମୂଳ ଭିତ୍ତି। ଆମେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଯୁବ ପିଢ଼ିଙ୍କୁ ସମୃଦ୍ଧ କରାଇବାକୁ ଦକ୍ଷତା, ସ୍ତର ଓ ସୁଯୋଗ ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୫ ଜୁଲାଇ ୧୫ ତାରିଖରେ ଆରମ୍ଭ କରାଯାଇଥିବା ‘ସ୍କିଲ୍‍ ଇଣ୍ଡିଆ ମିସନ’ ବର୍ତ୍ତମାନ ସମୟର ଆବ୍ୟାକତା ଅନୁଯାୟୀ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦେବା ସହ ସହାୟକ ହୋଇ ଆସିଛି। ‘ସବ୍‍କା ବିକାଶ: ସବ୍‍କା ବିଶ୍ୱାସ, ସବ୍‍କା ପ୍ରୟାଶ’ ବାସ୍ତବରେ ଦକ୍ଷତା ବିକାଶ ପାଇଁ ପ୍ରତିଷ୍ଠିତ ଏହି ଅନୁଷ୍ଠାନକୁ ଶିଖରରେ ପହଞ୍ଚାଇବ।

ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ତଥା ନାସାର ‘ହ୍ୟୁମାନ୍‍ ଏକ୍ସପ୍ଲୋରେସନ ରୋଭର୍‍ ଚ୍ୟାଲେଞ୍ଜ’ ବିଜ୍ଞାନ ଫୋରମ୍‍ରେ ତୃତୀୟ ସ୍ଥାନ ହାସଲ କରିଥିବା ଶ୍ରୀ ଅନିଲ ପ୍ରଧାନଙ୍କୁ ସେ ପ୍ରଶଂସା କରିଥିଲେ।

ଦକ୍ଷତା ବିକାଶ ଅନୁଷ୍ଠାନ ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏପରି ଏକ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଯାହାଦ୍ୱାରା ତୈଳ ଓ ଗ୍ୟାସ୍‍ କ୍ଷେତ୍ରରେ ଆଇଓସିଲ୍‍, ଓଏନ୍‍ଜିସି, ଗେଲ୍‍, ଏଚ୍‍ପିସିଏଲ୍‍, ବିପିସିଏଲ୍‍, ଓ ଆଇଏଲ୍‍, ଇଆଇଏଲ୍‍ ଏବଂ ହାଇଡ୍ରୋକାର୍ବନ ସ୍କିଲ୍‍ କାଉନ୍‍ସିଲ ଅଧୀନ ବାଲ୍‍ମର୍‍ ଲାୱିରେ ଭୁବନେଶ୍ୱର, ଭାଇଜାଗ୍‍, କୋଚି, ରାଏ ବରେଲି, ଅହମ୍ମଦାବାଦ ଏବଂ ଗୌହାଟୀରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୬ଟି ଦକ୍ଷତା ବିକାଶ କେନ୍ଦ୍ର (ଏସ୍‍ଡିଆଇ) ପ୍ରତିଷ୍ଠା ପାଇଁ ହାତ ମିଳାଇଛନ୍ତି। ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ପାଇଁ ୬୦ ଏକର ଜମି ଯୋଗାଇ ଦେଇଥିବାରୁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଭୁବନେଶ୍ୱରରେ ଦକ୍ଷତାବିକାଶ କେନ୍ଦ୍ର ପୂର୍ଣ୍ଣ ରୂପରେ ତଥା ବ୍ୟବସ୍ଥାରେ ପ୍ରସ୍ତୁତ ହୋଇ ଯୁବପିଢ଼ିଙ୍କ ପାଇଁ ଦେଶ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ତଥା ସନ୍ତୁଷ୍ଟ।

ସୌର ଶକ୍ତି ଓ ଜୈବ-ଗ୍ୟାସ ଆଦି୍‍ର ଉପଯୋଗରେ ସବୁଜ ତଥା ଦୀର୍ଘସ୍ଥାୟୀ କ୍ୟାମ୍ପସ୍‍ ପାଇଁ ଡିଜିଟାଲ୍‍ ମୋବିଲିଟି, କ୍ୟାମ୍ପସ୍‍ ଏବଂ ଡିଜିଟାଲ୍‍ ଶିକ୍ଷା ପରିଚାଳନା (ଡିଜିଟାଲ୍‍ ଏଜୁକେଶନ ମ୍ୟାନେଜମେଌକ୍ଷଗ୍ଧ;) ସହିତ ଅନ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହା ଏକ ସ୍ମାର୍ଟ କ୍ୟାମ୍ପସ୍‍। ଏହି ଅନୁଷ୍ଠାନର ଭିତ୍ତିଭୂମି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ଏହା ୧୦୦୦ ବିଦ୍ୟାର୍ଥୀ (୭୦୦ ବାଳକ ଓ ୩୦ ବାଳିକା) ଏବଂ ୨୦୦ ଶିକ୍ଷକ ଓ କର୍ମଚାରୀ ରହବା ବ୍ୟବସ୍ଥା, ସ୍ମାର୍ଟ କ୍ଲାସ୍‍ରୁମ୍‍, ପ୍ରତ୍ୟକ୍ଷ ତାଲିମ ପାଇଁ କର୍ମଶାଳା ପାଇଁ ଏହାର ବିନ୍ୟାସ (ଡିଜାଇନିଂ) କରାଯାଇଛି।’

କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ କହିଲେ, ‘ସାମର୍ଥ୍ୟ ବୃଦ୍ଧି ଲାଗି ଆମର ଯୁବପିଢ଼ି ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ସୁଯୋଗ ପାଇବା ସହ ସୃଜନଶୀଳତା ପାଇଁ ପରିବେଶ ଉପଲବ୍ଧ କରିବାର ଆବଶ୍ୟକତା ରହିଛି। ଆମେ ମଧ୍ୟ ସେମାନଙ୍କର ପ୍ରତିଭା, ଆଗ୍ରହ ଓ କଠିନ ପରିଶ୍ରମକୁ ସ୍ୱୀକୃତି ଦେଇ ନୂତନତ୍ୱ ସୃଷ୍ଟି କରିବାକୁ ନିଶ୍ଚିତ ସୁଯୋଗ ଦେବା ଦରକାର। ଏସ୍‍ଡିଆଇ ଭୁବନେଶ୍ୱର ଯୁବପିଢ଼ିଙ୍କ ପାଇଁ ସଫଳତାର ସହ ଏଭଳି ସୁଯୋଗ ଓ ଭିତ୍ତିଭୂମି ଯୋଗାଇ ଦେଇଛି, ଅନେକ ବିଦ୍ୟାର୍ଥୀ ଏହି ସୁଯୋଗରୁ ଲାଭବାନ ହୋଇ ସାରିଲେଣି। ତୈଳ ଓ ବାଷ୍ପ (ଗ୍ୟାସ୍‍) କ୍ଷେତ୍ର ଦେଶର ବିକାଶରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି, ଏବଂ ମୁଁ ବିଶ୍ୱାସ କରୁଛି ଯେ ଏସ୍‍ଡିଆଇ ସ୍ଥାପନ ଭଳି ଦକ୍ଷତା ବିକାଶ ପାଇଁ ଉଦ୍ଦିଷ୍ଟ ଉପକ୍ରମ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ତୈଳ ଉଦ୍ୟୋଗର ଅବଦାନ ଦ୍ୱାରା ଦେଶ ନୂତନ ବିକାଶ ଓ ସମୃଦ୍ଧି ପଥରେ ଅଗ୍ରସର ହୋଇପାରିବ। ଦେଶରେ ଏବେ କାର୍ଯ୍ୟ କରୁଥିବା ମେଗା ଦକ୍ଷତା ବିକାଶ ଅନୁଷ୍ଠାନମାନଙ୍କ ମଧ୍ୟରେ ଏସ୍‍ଡିଆଇ ଶୀର୍ଷ ସ୍ଥାନ ବଜାୟ ରଖିବ ବୋଲି ମୁଁ ଆଶା କରୁଛି।’

କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ର୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି କହିଲେ, ‘ଏହି ଭଳି ଦକ୍ଷତା ବିକାଶ ଅନୁଷ୍ଠାନ ସ୍ଥାପନ କରି ଉଦ୍ୟୋଗ ସ୍ଥାପନ ଏବଂ ଆତ୍ମନିଯୁକ୍ତି ସୁଯୋଗ ଦେବା ତଥା ଚାକରି ସୁଯୋଗ ସୃଷ୍ଟିପାଇଁ ତୈଳ ଓ ବାଷ୍ପ କ୍ଷେତ୍ରର ଉଦ୍ୟମକୁ ମୁଁ ସାଧୁବାଦ ଜଣାଉଛି। ଏହି ଅନୁଷ୍ଠାନ ପେସାଦାର ଢ଼ଙ୍ଗରେ ବିଶ୍ୱସ୍ତରୀୟ ମାନ ରକ୍ଷା କରି ଚାଲିବା ସହ ବିବିଧ ଦକ୍ଷତା ବିକାଶ ତାଲିମରେ ଅଗ୍ରଣୀ ହେବ ବୋଲି ଆଶା କରାଯାଉଛି। ଦକ୍ଷତା ଏବଂ ସୃଜନ କ୍ଷେତ୍ରରେ ସାମଗ୍ରିକ ଭବେ ଏହି ଅନୁଷ୍ଠାନ ଏକ ଉପାସନାସ୍ଥଳୀ ହେବ ବୋଲି ମୁଁ ଆଶା କରୁଛି।’

ଏହି ଅବସରରେ ଇଣ୍ଡିଆନ ଅଏଲ୍‍ର ଚେୟାରମ୍ୟାନ୍‍ ଶ୍ରୀ ଶ୍ରୀକାନ୍ତ ମାଧବ ବୈଦ୍ୟ କହିଲେ, ‘ସ୍କିଲ ଇଣ୍ଡିଆ ମିସନ’ଦେଶର ବିଭିନ୍ନ ପ୍ରାନ୍ତରେ ସମୃଦ୍ଧ ମାନସମ୍ବଳ ପାଇଁ ଲାଭଦାୟକ ହୋଇଛି। ଏହି ଲକ୍ଷ୍ୟ ପଥରେ ଅଗ୍ରସର ହୋଇ ପେଟ୍ରୋଲିୟମ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଭାରତରେ ରାଷ୍ଟ୍ରାୟତ୍ତ ଶକ୍ତି କ୍ଷେତ୍ର (ଏନର୍ଜି ପିଏସ୍‍ୟୁ) ଦେଶରେ ଦକ୍ଷତା ବୃଦ୍ଧି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛି। ଆନ୍ତର୍ଜାତିକ ମାନର ଏହି ମେଗା ମଡ଼େଲ ଦକ୍ଷତା ବିକାଶ ଅନୁଷ୍ଠାନ ସ୍ଥାପନର ସୁଯୋଗ ପାଇଥିବାରୁ ଇଣ୍ଡିଆନ ଅଏଲ୍‍ ଗର୍ବିତ।’

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.