Home Top News ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷା ପୂରଣ କରିବ-ଧର୍ମେନ୍ଦ୍ର...

ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷା ପୂରଣ କରିବ-ଧର୍ମେନ୍ଦ୍ର ପ୍ରଧାନ

71

ଆଇଆଇଟି ଭୁବନେଶ୍ୱରର ଲେକଚର୍ ହଲ୍ ଏବଂ ଛାତ୍ରାବାସର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

– ଆଇଆଇଟି ଭୁବନେଶ୍ୱର ଏବଂ ଏସଡିଆଇ ଭୁବନେଶ୍ୱର ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
– ଓଡିଆ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏମଓୟୁ
– ଖୁବ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ପାଠ ପଢିବେ ଛାତ୍ରଛାତ୍ରୀ
– ଆଂଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ
– ନୂଆ ବ୍ୟବସାୟ ଓ ଆର୍ôଥକ ମଡ଼େଲ ପ୍ରସ୍ତୁତ କରୁ ଆଇଆଇଟି ଭୁବନେଶ୍ୱର
– ଛାତ୍ରଛାତ୍ରୀଙ୍କୁ ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର ପାଇଁ ଆହ୍ୱାନ

ଭୁବନେଶ୍ୱର, ଅଗଷ୍ଟ ୨୦ (ଓଡ଼ିଆ ପୁଅ) – ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବ ବୋଲି ଶୁକ୍ରବାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ଭୁବନେଶ୍ୱରର ପୁଷ୍ପଗିରି ଲେକଚର ହଲ୍ କମ୍ପଲେକ୍ସ ଏବଂ ଋଷିକୁଲ୍ୟା ଛାତ୍ରାବାସର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଖୁବ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆଇଆଇଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଯୋଡ଼ିବା ପାଇଁ ଆଇଆଇଟିର ନିର୍ଦ୍ଦେଶକ ମାନଙ୍କୁ ପରାମର୍ଶ ଦେବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୟନ ହୋଇଥବା ନୂଆ ଜାତୀୟ ଶିକ୍ଷା ନୀତିରେ ବହୁ ଭାଷାଭାଷୀ ବିଷୟକୁ ଗୁରୁତ୍ୱ ଦିଆଯାଇଛି। ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଡିଆ ଭାଷା ସମେତ ଦେଶର ସ୍ଥାନୀୟ ଭାଷା ଯଥା ବଙ୍ଗାଳୀ, ମଲାୟାଲାମ, ମରାଠୀ, ଗୁଜୁରାଟୀ, ତେଲୁଗୁ ଭଳି ଆଂଚଳିକ ଭାଷାକୁ ପ୍ରଧାନ୍ୟ ଦିଆଯାଇଛି। ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଦିଗ ହେଉଛି ଭାରତର ଆଂଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତର ନୂଆ ମାନଚିତ୍ର ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି। ୨୦୧୮ ଡ଼ିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସକୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗସ୍ତ କରିବା ପରେ ଆଇଆଇଟିର ସାମାଜିକ ମର୍ଯ୍ୟାଦା ସହ ଗୁଣାତ୍ମକ ମାନ ବୃଦ୍ଧି ପାଇଛି। ୮୦୦ ବେଡ୍ ବିଶିଷ୍ଟ ଋଷିକଲ୍ୟା ଛାତ୍ରାବାସ ଏବଂ ଅତ୍ୟାଧୁନିକ ଲେକଚର ହଲର ଶୁଭାରମ୍ଭ କରାଯାଇ ଏଠାରେ ଭିତିଭୂମିକୁ ମଜବୁତ୍‌ କରାଯାଇଛି। ଏହି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷା ପୂରଣ ପୂରଣ କରିବ। ଦେଶର ଆଇଆଇଟି ବିଶ୍ୱ ଓ ଦେଶର ବୈଷୟିକ ଆବଶ୍ୟକତାକୁ ପୂରଣ କରୁଛନ୍ତି। ଶିଳ୍ପ ବିପ୍ଳବ ୪.୦ ବିଶ୍ୱର ବିକାଶ ପାଇଁ ବ୍ୟବସାୟର ନୂଆ ମଡ଼େଲ ଆବଶ୍ୟକତା କରୁଥିବା ବେଳେ ଆଇଆଇଟି ଭୁବନେଶ୍ୱର ଏଥିପାଇଁ ନୂଆ ବ୍ୟବସାୟ ଓ ଆର୍ôଥକ ମଡ଼େଲ ପ୍ରସ୍ତୁତ କରି ନିଯୁକ୍ତି ସୃଷ୍ଟି କରିବା ସହ ନୂଆ ବୈଷୟିକ ସମସ୍ୟାର ସମାଧାନ କରିବା ଦରକାର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଇଆଇଟି ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କୁ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ପରମ୍ପରା, ଖାଦ୍ୟପେୟର ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ କରିଥିଲେ। ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଆ ପିଲାଙ୍କର ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ରୋଜଗାର ଦେବା ପାଇଁ ଆଇଆଇଟି ଭୁବନେଶ୍ୱର ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠା (ଏସଡିଆଇ) ଭୁବନେଶ୍ୱର ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.