Home ଜିଲ୍ଲା ପରିକ୍ରମା ଦଇପୁର ପଂଚାୟତରେ ରିଲିଫ ଚାଉଳ ବଂଟନରେ ଅନିୟମିତତା ଅଭିଯୋଗ

ଦଇପୁର ପଂଚାୟତରେ ରିଲିଫ ଚାଉଳ ବଂଟନରେ ଅନିୟମିତତା ଅଭିଯୋଗ

0

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଂଚାୟତରେ ଚଳିତ ବନ୍ୟା ରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଆସିଥିବା ରିଲିଫ ଚାଉଳ ବଂଟନକୁ ନେଇ ଅନିୟମିତତାର ଅଭିଯୋଗ ହୋଇଚି। ସୂଚନା ଥାଉକ ଚଳିତ ବର୍ଷ ଲଗାତାର ବର୍ଷା ଓ ବନ୍ୟା ରେ ଧାମନଗର ରେ ବ୍ୟାପକ ନଷ୍ଟ ହୋଇଥିଲା।ଫଳରେ ସରକାର ବନ୍ୟାରେ ପ୍ରଭାବିତ ପରିବାରମାନଙ୍କୁ ରିଲିଫ ଚାଉଳ ଦେବା ପାଇ ନିଷ୍ପତିନେଇଥିଲେ।ତେବେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଠିକ୍ ଭାବେ ରିଲିଫ ପହଂଚୁ ନଥିବା ନେଇ କେତେକ ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ରିଲିଫ ଚାଉଳ କେତେ ପରିମାଣରେ ଆସିଥିଲା, କେତେ ପରିମାଣ ବଂଟନ ହୋଇଛି ଏବଂ କାହାକୁ ଏହା ଦିଆଯାଉଛି । ତେବେ ବାଦ୍ ପଡ଼ିଥିବା ବନ୍ୟା ବିପନ୍ନ ମାନେ ପଂଚାୟତ କାର୍ଯ୍ୟଲୟ ସମ୍ମୁଖରେ ହୋଲା କରିଥିଲେ। ପଂଚାୟତ ଅଧିକାରୀ କହିଛନ୍ତି ଯେ ପ୍ରକୃତ ପଖ ରେ କିଛି ନାମ କଟିଛି ଏ ଦିଗରେ ଉଚ୍ଚ ଅଧିକାରି ଙ୍କୁ ଜଣାଯିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.